ଭରତପୁର ଥାନା ଘଟଣାର ସମୀକ୍ଷା କଲେ ପୋଲିସ ଡିଜି, କ୍ରାଇମବ୍ରାଞ୍ଚ ଏଡିଜି ଓ ୨ ତଦନ୍ତକାରୀ ଅଧିକାରୀ ଉପସ୍ଥିତ

Published By : Prameya-News7 Bureau | November 02, 2024 IST

ଭୁବନେଶ୍ବର ୨।୧୧: ଭୁବନେଶ୍ୱର ଭରତପୁର ଥାନାରେ ପୋଲିସ ଓ ଆର୍ମି ମେଜର ଓ ବାନ୍ଧବୀଙ୍କ ବିବାଦ ଘଟଣାର ସମୀକ୍ଷା କରିଛନ୍ତି ପୋଲିସ ଡିଜି ୱା.ବି. ଖୁରାନିଆ । କ୍ରାଇମବ୍ରାଞ୍ଚ ଏଡିଜି ବିନୟତୋଷ ମିଶ୍ର ଓ ଦୁଇ ତଦନ୍ତକାରୀ ଅଧିକାରୀ ବୈଠକରେ ଉପସ୍ଥିତ ଥିଲେ । କ୍ରାଇମବ୍ରାଞ୍ଚ ତଦନ୍ତ ଅଗ୍ରଗତି ସମ୍ବନ୍ଧରେ ଆଲୋଚନା କରିଛନ୍ତି ପୋଲିସ ଡିଜି । 

ସେପଟେ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ଆର୍ମି ମେଜରଙ୍କ ବାନ୍ଧବୀଙ୍କ ବୟାନ ରେକର୍ଡ ହୋଇଛି । BNS ଧାରା ୧୮୩ରେ ବୟାନ ରେକର୍ଡ ହୋଇଥିବା ସୂଚନା ମିଳିଛି । ଘଟଣା ଦିନ କ’ଣ ଘଟିଥିଲା ସେ ସମ୍ପର୍କରେ ବୟାନ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ବାନ୍ଧବୀ କହିଥିବା ଜଣାପଡିଛି ।

ଗତ ସେପ୍ଟେମ୍ବର ୧୪ ତାରିଖ ରାତିରେ ଭରତପୁର ଥାନାରେ ଆର୍ମି ମେଜର ଓ ବାନ୍ଧବୀଙ୍କୁ ପୋଲିସ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ପୁରୁଷ ବନ୍ଧୁଙ୍କ ସହ ପୀଡ଼ିତା ରାତି ୧ଟା ବେଳେ ଅଭିଯୋଗ କରିବାକୁ ଯାଇଥିବା ବେଳେ ପୋଲିସ ଆକ୍ରମଣ କରିବା ସହ ଥାନା ଆଇଆଇସିଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ଘଟଣାରେ ତତ୍କାଳୀନ ଥାନା ଆଇଆଇସି ଦୀନକୃଷ୍ଣ ମିଶ୍ର ଓ ୪ ଜଣ ପୋଲିସ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା । କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ ଜାରି ରଖିଛି । 

You Can Read:

ନବୀନଙ୍କ ସୁରକ୍ଷା କର୍ମୀ ହଟିବା ପରେ ରାଜନୀତି ଜୋର : ଜୟନାରାୟଣ କହିଲେ- ମୁଁ ନେଇନଥିଲି ସୁରକ୍ଷା କର୍ମୀ, ସଞ୍ଜୟ କହିଲେ- ତ୍ରୁଟି ସୁଧାରିବେ ସରକାର

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.