ମୁମ୍ବାଇ ହାଇକୋର୍ଟଙ୍କ ନିର୍ଦ୍ଦେଶରେ କାମାକ୍ଷାନଗର ବଜାରରେ ଚଢ଼ାଉ, ବିପୁଳ ପରିମାଣରେ ନକଲି ଡିଟରଜେଣ୍ଟ ଜବତ

Published By : Prameya-News7 Bureau | July 18, 2024 IST

କାମାକ୍ଷାନଗର ୧୮: କୌଣସି ବ୍ରାଣ୍ଡ୍‌କୁ ନକଲି କରି ବିକ୍ରି କରିବା ଧର୍ତ୍ତବ୍ୟ ଅପରାଧ ସତ୍ତ୍ୱେ ଖାଉଟି ବଜାରରେ କେତେକ ମୁନାଫାଖୋର ବ୍ୟବସାୟୀ ଏପରି ବେଆଇନ କାରବାର କରିବାରେ ପଛାଉନାହାନ୍ତି । ଆଉ ଏଭଳି ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ କାମାକ୍ଷାନଗର ବଜାରରେ । କାମାକ୍ଷାନଗର ବଜାରରେ ନାମୀଦାମୀ ବ୍ରାଣ୍ଡ୍‌ର ନକଲି ଡିଟରଜେଣ୍ଟ ଛାଇ ଯାଇଛି । ଏ ସମ୍ପର୍କରେ ଅଭିଯୋଗକୁ ଭିତ୍ତିକରି ମୁମ୍ବାଇ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଗଠିତ ଏକ ସ୍ୱତନ୍ତ୍ର କମିଶନ ପକ୍ଷରୁ କାମାକ୍ଷାନଗରରେ ଚଢ଼ାଉ କରାଯାଇଛି । ଏହି ସ୍ୱତନ୍ତ୍ର କମିଶନ ପକ୍ଷରୁ କାମାକ୍ଷାନଗରରେ ଚଢ଼ାଉ କରୁଥିବା ବେଳେ ଏହି ଟିମ୍‌ରେ ୬ ଜଣ ସଦସ୍ୟ ରହିଛନ୍ତି । 

କାମାକ୍ଷାନଗର ପୋଲିସ ସହାୟତାରେ ଏହି ଟିମ୍ କାମାକ୍ଷାନଗର ବଜାରର ଜଗନ୍ନାଥ ବଜାର ଓ ତରୁଣ ବଜାରର ଗୋକୁଳି ସାହୁଙ୍କ ଦୋକାନ ଉପରେ ଚଢ଼ାଉ କରିଛି । ପରେ ଆଳୁତୁମା ସ୍ଥିତ ଶରତ ସାହୁଙ୍କ ଗୋଦାମ ଓ ମୁଣ୍ଡିଦେଉଳି ସ୍ଥିତ ପ୍ରଫୁଲ୍ଲ ସାହୁଙ୍କ ଗୋଦାମ ଉପରେ ଏହି ଟିମ୍ ଚଢ଼ାଉ କରିଛି । ଏହି ଦଳ କାମାକ୍ଷାନଗର ଥାନା ଅଞ୍ଚଳରେ ବିଭିନ୍ନ ଗ୍ରୋସେରୀ ଦୋକାନ ଓ ଗୋଦାମ ଉପରେ ଚଢ଼ାଉ କରି ଛାନଭିନ ଜାରି ରଖିଛନ୍ତି । ଏହି ଚଢ଼ାଉରେ ବିପୁଳ ପରିମାଣରେ ନକଲି ଡିଟରଜେଣ୍ଟ ଜବତ କରିଛନ୍ତି ।

You Can Read:

ବାରବାଟୀ କଟକ ନିର୍ବାଚନ ମଣ୍ଡଳୀର ବିଭିନ୍ନ ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ ବିଧାୟିକା ସୋଫିଆ ଫିର୍ଦ୍ଦୋସ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.