ଶୌଚ ପାଇଁ ଯାଇଥିଲେ, ଟ୍ରେନ୍ ଧକ୍କାରେ କଟିଗଲା ଗୋଡ

Published By : Prameya-News7 Bureau | October 03, 2024 IST

NEWS UPDATE

କାମାକ୍ଷାନଗର ୦୩।୧୦ : ଟ୍ରେନ୍‌ ଧକ୍କାରେ କଟିଗଲା ଗୋଡ । ଗୁରୁତର ଅବସ୍ଥାରେ ଯୁବକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଭିଡ ଦେଖିବାକୁ ମିଳିଛି । 

ଖବର ଅନୁଯାୟୀ, ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମହୁପାଳ ଦେଇଯାଇଛି ଅନୁଗୁଳ-ସୁକିନ୍ଦା ରେଳ ଲାଇନ୍‌ । ସକାଳୁ ସକାଳୁ ବିବେକ ପ୍ରଧାନ ନାମକ ଜଣେ ଯୁବକ ଟ୍ରେନ୍‌ ଲାଇନ୍‌କୁ ଶୌଚ ହେବା ପାଇଁ ଯାଇଥିଲେ । ଏହି ସମୟରେ ଅନୁଗୁଳ-ସୁକିନ୍ଦା ରେଳ ଲାଇନ୍‌ ଦେଇ ଯାଉଥିବା ଏକ ଟ୍ରେନ୍‌ରେ ବିବେକ ପ୍ରଧାନଙ୍କୁ ଧକ୍କା ଦେଇଥିଲା । ଯାହାଫଳରେ ଟ୍ରେନ୍‌ ଧକ୍କାରେ ବିବେକ ପ୍ରଧାନଙ୍କ ଗୋଡ କଟିଯାଇଥିଲା । ଗୁରୁତର ଅବସ୍ଥାରେ ଘଟଣାସ୍ଥଳରେ ହିଁ ପଡିରହିଥିଲେ ।ଏହାପରେ ସ୍ଥାନୀୟ ଲୋକ ବିବେକଙ୍କୁ ଉଦ୍ଧାର କରି ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି । 

ସେହିପରି ଅନ୍ୟପଟେ ଜିଆର୍‌ପି ଏବଂ ସ୍ଥାନୀୟ ପୋଲିସକୁ ଏହି ଦୁର୍ଘଟଣା ନେଇ ଖବର ଦିଆଯାଇଛି  । ତେବେ ଖବର ଲେଖା ହେବା ସୁଦ୍ଧା କୌଣସି ପୋଲିସ କିମ୍ବା ଜିଆର୍‌ପି ଅଧିକାରୀ ପହଞ୍ଚିଥିବା ଜଣାପଡିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.