ବ୍ରହ୍ମପୁର: ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଚଢ଼ାଉ । ଢାବାରୁ ଜବତ ହେଲା ବିପୁଳ ପରିମାଣର ନକଲି ବିଦେଶୀ ମଦ । ସୋମବାର ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ନୂଆଗାଁଠାରେ ଥିବା ଏକ ଢ଼ାବାରେ ଚଢ଼ାଉ କରି ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ କରିଛି।
ଏହା ସହ ଏଠାରୁ ଦୁଇ ଜଣକୁ ଗିରଫ କରିଛି। ସେହିଭଳି ଏହି କାରବାର ଚଳାଉଥିବା ମୁଖ୍ୟ ଅଭିଯୁକ୍ତ ମୁନି ଘଟଣାସ୍ଥଳରୁ ଫେରାର ମାରିଥିବାବେଳେ ତା’ର ଘର ଏକଲପୁର ଗାଁରେ ମଧ୍ୟ ଚଢ଼ାଉ କରାଯାଇଛି ।
ଚଢ଼ାଉରୁ ସମୁଦାୟ ୬୦. ୩ ଲିଟରର ନକଲି ବିଦେଶୀ ମଦ ଜବତ ହୋଇଛି। ଆହୁରି ମଧ୍ୟ ଗୋଟିଏ ପଲସର ବାଇକ, ତିନୋଟି ମୋବାଇଲ ଫୋନ୍ ମଧ୍ୟ ଜବତ ହୋଇଛି। ଘଟଣାର ଅଧିକ ତଦନ୍ତ ଚାଲିଥିବା ବିଭାଗୀୟ ଅଧିକାରୀଙ୍କ ସୂଚନା।