ଇଜ୍ ଅଫ୍ ଡୁଇଙ୍ଗ ବିଜନେସ୍‌କୁ ଆହୁରି ଗତିଶୀଳ କରିବାର ଆବଶ୍ୟକତା ରହିଛି : ଦେବୀ ମିଶ୍ର

Published By : Prameya-News7 Bureau | November 16, 2024 IST

ଭୁବନେଶ୍ବର ୧୬।୧୧: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ସିଙ୍ଗାପୁର ଗସ୍ତ ନେଇ ପ୍ରତିକ୍ରିୟା ରଖିଲେ ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ର । ସେ କହିଲେ, ନିବେଶକଙ୍କୁ ଆକୃଷ୍ଟ କରିବା ପାଇଁ ସବୁ ରାଜ୍ୟ ପ୍ରତିଯୋଗିତା କରୁଛନ୍ତି । ତେଣୁ ବାହାରକୁ ଯାଇ ରୋଡ଼ ଶୋ’ କରିବାର ଆବଶ୍ୟକତା ଅଛି । ନବୀନ ପଟ୍ଟନାୟକଙ୍କ ସରକାର ସମୟରେ ୨୦୧୬ରେ କନକ୍ଳେଭ ହୋଇଥିଲା । ତା ପରେ ୨୦୧୮ ଓ କୋଭିଡ କାରଣରୁ ବିଳମ୍ବ ହୋଇ ୨୦୨୨ରେ ବି ହୋଇଥିଲା । ଓଡ଼ିଶାରେ ଖଣି ପେଟ୍ରୋ କେମିକାଲ ଇଣ୍ଡଷ୍ଟ୍ରି ଆସିଥିଲେ । ତେଣୁ ମାନୁଫ୍ୟାକଚରିଂ ୟୁନିଟ ଉପରେ ଫୋକସ୍ ଦିଆଯାଇଥିଲା। ଏଥିରେ ୨ ଲକ୍ଷ କୋଟି ଟଙ୍କାର ପ୍ରସ୍ତାବ ଚୂଡାନ୍ତ ହୋଇଥିଲା । ତା ପରେ IT ଇଲେକ୍ଟ୍ରୋନିକ୍ସ ଶିଳ୍ପ ଉପରେ ଗୁରୁତ୍ୱ ଦିଆଯାଇଥିଲା । ତୃତୀୟରେ ଏରୋସ୍ପେସ ଉପରେ ଫୋକସ ଦିଆଗଲା । ସବୁ କନକ୍ଳେଭ ମିଶିକି ୧୬ ଲକ୍ଷ କୋଟିର ପ୍ରସ୍ତାବ ଆସିଥିଲା । ସେଥିରୁ ଅନେକ କାମ ହେଉଛି ଓ ଅନେକର କାମ ଆରମ୍ଭ ହେଉଥିଲା । ମୁଖ୍ୟମନ୍ତ୍ରୀ ସିଙ୍ଗାପୁର ଯାଇଛନ୍ତି । ଇଜ ଅଫ ଡୁଇଙ୍ଗ ବିଜନେସକୁ ଆହୁରି ଗତିଶୀଳ କରିବାର ଆବଶ୍ୟକତା ରହିଛି । ଇଜ ଅଫ ଡୁଇଙ୍ଗ ବିଜନେସର କର୍ମଶାଳା ଓଡ଼ିଶାରେ ହିଁ ପ୍ରଥମେ ହୋଇଥିଲା । କେନ୍ଦ୍ରରୁ ନିର୍ମଳା ସୀତାରମଣ ବି ସେ ସମୟରେ ଆସିଥିଲେ । ଇଜ ଅଫ ଡୁଇଙ୍ଗ ବିଜନେସ ଯେତେ ସ୍ୱଚ୍ଛ ହେବ, ନିବେଶ ସେତେ ବଢିବ ଓ ନିବେଶକଙ୍କ ଆଗ୍ରହ ବଢିବ । ଯଦି ଆଇନଗତ ବା ଜମି ଅଧିଗ୍ରହଣ ପରି ସମସ୍ୟା ରହିବ, ନିବେଶକ ଆଗ୍ରହ ପ୍ରକାଶ କରିବେ ନାହିଁ । ଭଲ ବାତାବରଣ ନରହିଲେ, ନିବେଶକ ଆସିବେ ନାହିଁ । ପୋସ୍କୋ ଆଣିବେ ବୋଲି ରାଜ୍ୟ ସରକାର କହିଲେ । କିଏ ମନା କରୁଛି ? ନବୀନ ପଟ୍ଟନାୟକଙ୍କ ସମୟରେ ବି ପୋସ୍କୋ ଆସିଥିଲା । ସେ ସମୟରେ କିଛି ବିଜେପି ନେତା ଏହାକୁ ବିରୋଧ କରିଥିଲେ । PMO ରୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ମନିଟର କରିବା ସତ୍ୱେ କଂଗ୍ରେସ ନେତା ବି ବିରୋଧ କରୁଥିଲେ । ଖାଲି ବିରୋଧ କରିବାକୁ ଯାଇ ବିରୋଧ ନ କରାଯାଉ । ପ୍ରକୃତ ନିବେଶ ଯେଉଁଥିରେ ବାତାବରଣ ପ୍ରଦୂଷଣ ନ ହେଉ, ଦେଖିବା କଥା । ପୁଞ୍ଜି ଆଣିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ପୁଞ୍ଜି ଆଣନ୍ତୁ । ହେଲେ ଦୋଷଦର୍ଶୀ ହେଲେ ହେବନି । ଦୂରଦୃଷ୍ଟି ସମ୍ପନ୍ନ ହେବା ଉଚିତ । ବାସ୍ତବ ଦର୍ଶୀ ହୋଇ ତାଙ୍କୁ କାମ କରିବାକୁ ପଡିବ ବୋଲି ଦେବୀ ମିଶ୍ର କହିଛନ୍ତି ।


You Can Read:

ନୂଆପଡାରେ ରଥାରୁଢ଼ ହେଲେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା : ଅଦିନିଆ ରଥଯାତ୍ରାକୁ ନେଇ ଉଠିଲା ପ୍ରଶ୍ନ

 

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.