ଯେଉଁ ସ୍କୁଲରେ ଅଧିକ ଶିକ୍ଷକ ଅଛନ୍ତି, ସେଠାରୁ ବଦଳି କରି ଆବଶ୍ୟକ ଥିବା ସ୍କୁଲରେ ନିଯୁକ୍ତ କରାଯିବ : ଗଣଶିକ୍ଷା ମନ୍ତ୍ରୀ

Published By : Prameya-News7 Bureau | August 30, 2024 IST

ଭୁବନେଶ୍ବର ୩୦।୮: ରାଜ୍ୟର ଯେଉଁସବୁ ସ୍କୁଲରେ ଅଧିକ ଶିକ୍ଷକ ଅଛନ୍ତି, ସେଠାରୁ ଶିକ୍ଷକ ମାନଙ୍କୁ ଜିଲ୍ଲା ସ୍ତରୀୟ ବଦଳି କରି, ଶିକ୍ଷକ ଆବଶ୍ୟକ ଥିବା ସ୍କୁଲ ଗୁଡିକରେ ନିଯୁକ୍ତ କରାଯିବ । ବିଧାନସଭାରେ ବିଜେଡ଼ି ବିଧାୟକ ଅଶ୍ୱିନୀ ପାତ୍ରଙ୍କ ପ୍ରଶ୍ନରେ ଉତ୍ତର ରଖି ଏଭଳି କିଛି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । 

ଚଳିତ ବର୍ଷ ଶିକ୍ଷକ ରେସିଓନାଲାଇଜେସନ୍ ହେବ ବୋଲି ଗୃହରେ ଘୋଷଣା କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଆରଟିଇ ୨୦୦୯ ଆଧାରରେ ୩୦ରୁ ୩୫ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଜଣେ ଶିକ୍ଷକ ନିଯୁକ୍ତି ଦିଆଯାଉଛି । ରେସିଓନାଲାଇଜେସନ୍‌ର ଅର୍ଥ ହେଉଛି ଶିକ୍ଷକ ଓ ଛାତ୍ରଛାତ୍ରୀ ଆନୁପାତିକ ହାରରେ ସମାନତା ଆଣିବା । ରାଜ୍ୟରେ ଶିକ୍ଷକ-ଛାତ୍ର ଅନୁପାତ ଆଧାରରେ ୫୬୯୯ଟି ସ୍କୁଲ ରହିଛି । ସେଥି ମଧ୍ୟରୁ ୪୧୮୩ଟି ପ୍ରାଥମିକ ଓ ୧୫୧୬ଟି ଉଚ୍ଚ ପ୍ରାଥମିକ ସ୍କୁଲ ରହିଛି । ଯେଉଁ ସବୁ ସ୍କୁଲରେ ଅଧିକ ଶିକ୍ଷକ ଅଛନ୍ତି, ସେଠାରୁ ଶିକ୍ଷକ ମାନଙ୍କୁ ଜିଲ୍ଲା ସ୍ତରୀୟ ବଦଳି କରି, ଶିକ୍ଷକ ଆବଶ୍ୟକ ଥିବା ସ୍କୁଲ ଗୁଡିକରେ ନିଯୁକ୍ତ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

You Can Read:

ସଂଶୋଧନ ହେବ ବିଶ୍ବବିଦ୍ୟାଳୟ ଆଇନ, ପୁଣି ଫେରିବ ସିନେଟ୍ ବ୍ୟବସ୍ଥା : ଉଚ୍ଚଶିକ୍ଷା ମନ୍ତ୍ରୀ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.