ପୁରୀ ୩।୧୨: ବୁଧବାର ପୁରୀ ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ ଏବଂ ନୌସେନା ଦିବସ ପାଳନ ପାଇଁ ପ୍ରଶାସନ ପକ୍ଷରୁ କଟକଣା । ପୁରୀ ପୌରପାଳିକାର ସମସ୍ତ ସରକାରୀ, ବେସରକାରୀ ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ଅନୁଷ୍ଠାନ ବନ୍ଦ ରହିବ । ଏଥି ସହିତ ନିକଟବର୍ତ୍ତୀ ମଦର୍ସ ପବ୍ଲିକ ସ୍କୁଲ, ପ୍ରଭୁଶ୍ରୀ ଇଂଲିଶ ମିଡିଅମ୍ ସ୍କୁଲ, ଚନ୍ଦ୍ରଶେଖର ଏକାଡେମୀ, ସେଣ୍ଟ ଜାଭିଅର ହାୟର ସେକେଣ୍ଡାରୀ ସ୍କୁଲ ମଧ୍ୟ ଏହି ବନ୍ଦ ରହିବ ।
କିନ୍ତୁ NCERT ଦ୍ଵାରା ପରିଚାଳିତ PARAKH ରାଷ୍ଟ୍ରୀୟ ସର୍ବେକ୍ଷଣ ୨୦୨୪ ଜାତୀୟ ସ୍ତରର ପରୀକ୍ଷା ହୋଇଥିବାରୁ ଏହି ପରୀକ୍ଷାଟି ପୁରୀ ପୌରପାଳିକା ଅନ୍ତର୍ଗତ ପରୀକ୍ଷା କେନ୍ଦ୍ର ମାନଙ୍କରେ ଓ ପ୍ରଭୁଶ୍ରୀ ଇଂରାଜୀ ମିଡ଼ିୟମ ସ୍କୁଲରେ ସକାଳ ୭ଟାରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ଅନୁଷ୍ଠିତ ହେବ । ପରୀକ୍ଷାର୍ଥୀ ମାନେ ସକାଳେ ୭ଟା ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ ଓ ମଧ୍ୟାହ୍ନ ୧୨ଟା ପରେ ବିଦ୍ୟାଳୟ ଛାଡ଼ିବେ । ପୁରୀ ପୌରପାଳିକାର ଅନ୍ୟ ବିଦ୍ୟାଳୟ ମାନଙ୍କ ପରି ଏ ସମସ୍ତ ବିଦ୍ୟାଳୟର ପରୀକ୍ଷାର୍ଥୀ ମାନଙ୍କ ବ୍ୟତୀତ ଅନ୍ୟ ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ପାଇଁ ବିଦ୍ୟାଳୟ ବନ୍ଦ ରହିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ଦୀପକ କୁମାର ପାଢ଼ୀ ସୂଚନା ଦେଇଛନ୍ତି ।
You Can Read:
ନାଏବ ସରପଞ୍ଚଙ୍କ ଦବଙ୍ଗଗିରି ! ରାସ୍ତା ଉପରେ ହିତାଧିକାରୀଙ୍କୁ ଠେଙ୍ଗା ଓ ଝାଡୁରେ ପିଟିଲେ