ଯୋଗଯୁକ୍ତ ହୋଇ ରୋଗମୁକ୍ତ ହୋଇପାରିବା, ଦେଶ ବିଦେଶରେ ଯୋଗ ଓ ଆୟୁର୍ବେଦ ଶିଖିବାକୁ ଇଚ୍ଛା କରୁଛନ୍ତି- ରାଷ୍ଟ୍ରପତି

Published By : Prameya-News7 Bureau | December 04, 2024 IST

ପୁରୀ ୦୪।୧୨ : ଯୋଗମୁକ୍ତ ହୋଇ ରୋଗମୁକ୍ତ ହୋଇପାରିବା । ଦେଶ ବିଦେଶରେ ଯୋଗ ଓ ଆୟୁର୍ବେଦ ଶିଖିବାକୁ ଇଚ୍ଛା କରୁଛନ୍ତି ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଜଗନ୍ନାଥଙ୍କୁ ଦର୍ଶନ ପରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ୭୫ ତମ ବାର୍ଷିକ ଉତ୍ସବ ଅବସରରେ ଏପରି କହିଛନ୍ତି ରାଷ୍ଟ୍ରପତି । 

ରାଷ୍ଟ୍ରପତି ଆହୁରି ମଧ୍ୟ କହିଛନ୍ତି ଯେ, ୧୯୪୯ ମସିହାରେ ଏକ ଆୟୁର୍ବେଦିକ ବିଦ୍ୟାପୀଠ ଭାବେ ଏହି ଗଢି ଉଠିଥିଲା ଅନୁଷ୍ଠାନ । ଆଜି ଏହା ଏକ ଆଦର୍ଶ ମହାବିଦ୍ୟାଳୟ ଭାବେ ସୁନାମ ହାସଲ କରିଛି ।୧୯୭୨ ମସିହାରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ରୂପାନ୍ତରିତ ହୋଇ ପୂର୍ବ ଭାରତରେ ଏକ ଅଗ୍ରଣୀ ଆୟୁର୍ବେଦ ଅନୁଷ୍ଠାନ ଭାବେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି । ରାଜ୍ୟ ଓ ରାଜ୍ୟ ବାହାର ବିଦେଶ ରୋଗୀ ଏଠାରୁ ଆୟୁର୍ବେଦ ଚିକିତ୍ସାର ଲାଭ ପାଉଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁଦାନ ଦିଆଯାଇଛି । ଆମ ଝିଅ କଳାଠୁ ବିଜ୍ଞାନ, ସେନାରୁ ନେଇ ଆରକ୍ଷୀବାହିନୀ ବିଭିନ୍ନ କ୍ଷେତ୍ରରେ ଆମର ଗୌରବ ବଢାଇଛନ୍ତି। 

ଭାରତୀୟ ଚିକିତ୍ସା ପଦ୍ଧତିରେ ଦେଶ ବିଦେଶର ଆଗ୍ରହ ବଢୁଛି। ଭାରତୀୟ ଚିକିତ୍ସା ପଦ୍ଧତିର ଏକ ମୌଳିକତା ରହିଛି ଏହା ସୁସ୍ଥ ରହିବା ଦିଗରେ ଗୁରୁତ୍ବ ଦିଏ। ଯୋଗଯୁକ୍ତ ହୋଇ ରୋଗମୁକ୍ତ ହୋଇପାରିବା। ଦେଶ ବିଦେଶରେ ଯୋଗ ଓ ଆୟୁର୍ବେଦ ଶିଖିବାକୁ ଇଚ୍ଛା କରୁଛନ୍ତି । ଖାଦ୍ୟପେୟ ସଂଯୋଗ ରକ୍ଷାକରି ଆମେ ସୁସ୍ଥ ରହିପାରିବା। ରୋଗ ପାଇଁ ଆୟୁର୍ବେଦରେ ଚିକିତ୍ସା ରହିଛି । ଏହାର ପ୍ରାର୍ଶ୍ବପ୍ରତିକ୍ରିୟା ଦେଖିବାକୁ ମିଳେନାହିଁ । ଓଡ଼ିଶା ପରିପ୍ରେକ୍ଷୀରେ ଅନ୍ୟ ଏକ ଦିଗ ପ୍ରତି ମୁଁ ତୁମମାନଙ୍କର ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଛି । ତାହା ହେଉଛି, ଆମ ତାଳପତ୍ର ପୋଥି । ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ଅନେକ ତାଳପତ୍ର ପୋଥି ରହିଛି । ଅନେକଙ୍କ ଘରେ ମଧ୍ୟ ତାଳପତ୍ର ପୋଥି ରହିଛି । ସେସବୁ ତାଳପତ୍ର ପୋଥିରେ ସାହିତ୍ୟ ବ୍ୟତିରେକ ଚିକିତ୍ସା ପଦ୍ଧତିର ଅବତାରଣା ମଧ୍ୟ ରହିଛି ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.