ଉଦଳା ୩।୧୨: ନାଏବ ସରପଞ୍ଚଙ୍କ ଦବଙ୍ଗଗିରି ! ବିଚ୍ ରାସ୍ତାରେ କଲେ କଙ୍ଗାରୁ କୋର୍ଟ । ଜଣେ ହିତାଧିକାରୀଙ୍କୁ ରାସ୍ତା ଉପରେ ଠେଙ୍ଗା, ଝାଡୁ, ଜୋତାରେ ବାଡେଇଲେ ନାଏବ ସରପଞ୍ଚ ଏବଂ ସମର୍ଥକ । ଏହି ଭିଡିଓ ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି । ମୟୁରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକ ସାଇଁକୁଳା ଅଞ୍ଚଳରେ ଏଭଳି ଘଟଣା ଘଟିଛି ।
ସୂଚନାଯୋଗ୍ୟ ଯେ, ସାଇଁକୁଳାରେ ସୋମବାର ଏକ ବୈଠକ ହୋଇଥିଲା । ଉକ୍ତ ବୈଠକରେ ଆବାସ ଯୋଜନାକୁ ନେଇ କଥା କଟାକଟି ହୋଇଥିଲା । ହିତାଧିକାରୀ ଏବଂ ଜନପ୍ରତିନିଧିଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହାପରେ ଜଣେ ହିତାଧିକାରୀ ଚନ୍ଦନ ସାହୁ ସେଠାରୁ ବାହାରି ଚାଲି ଆସିଥିବା ବେଳେ ସ୍ଥାନୀୟ ବିଦ୍ୟାଳୟ ନିକଟରେ ଛିଡା ହୋଇଥିଲେ । ଏହି ସମୟରେ ନାଏବ ସରପଞ୍ଚ କବିତା ମହାନ୍ତିଙ୍କ ସହିତ ତାଙ୍କ ସ୍ୱାମୀ, ପୁଅ ଏବଂ ଅନ୍ୟ କିଛି ମହିଳା ଆସି ବିଚ୍ ରାସ୍ତାରେ ଚନ୍ଦନଙ୍କୁ ପହଁରା, ବାଉଁଶ, ଠେଙ୍ଗାରେ ନିର୍ଘାତ ମାଡ଼ ମାରିଥିଲେ । ନିଜେ ନାଏବ ସରପଞ୍ଚ ମଧ୍ୟ ହାତରେ ବାଡ଼ି ଧରି ହିତାଧିକାରୀ ଚନ୍ଦନ ସାହୁଙ୍କୁ ପ୍ରବଳ ମାଡ଼ ମାରିଥିଲେ । ଚନ୍ଦନ ସାହୁଙ୍କ ସମେତ ତାଙ୍କ ସ୍ତ୍ରୀକୁ ମଧ୍ୟ ମାଡ଼ ମରାଯାଇଥିବା କଥା ସାମ୍ନାକୁ ଆସିଛି । ଆକ୍ରମଣରେ ଚନ୍ଦନଙ୍କ ମୁଣ୍ଡ ମଧ୍ୟ ଫାଟିଛି । ଯାହାକୁ ନେଇ ଚନ୍ଦନ ଖୁଣ୍ଟା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅନ୍ୟପଟେ ନିଜକୁ ବଞ୍ଚାଇବାକୁ ଯାଇ ଚନ୍ଦନ ମଧ୍ୟ ନାଏବ ସରପଞ୍ଚ ଏବଂ ତାଙ୍କ ପରିବାର ଲୋକଙ୍କୁ ଆକ୍ରମଣ କରିଥିଲେ । ଚନ୍ଦନ ନାଏବ ସରପଞ୍ଚ ଏବଂ ପରିବାର ଲୋକଙ୍କୁ ଆକ୍ରମଣ କରିବା ପରେ ସେମାନେ ତାଙ୍କୁ ରାସ୍ତାରେ ମାଡ଼ ମାରିଥିବା ନାଏବ ସରପଞ୍ଚ କହିଛନ୍ତି ।
You Can Read:
ରାଜ୍ୟରେ ଡିଜି ଏବଂ ଆଇଜି କନଫରେନ୍ସର ସଫଳ ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା