ବିଧାନସଭାରେ ତାରାଙ୍କ ଷଣ୍ଢ ଚିନ୍ତା, ମନ୍ତ୍ରୀ କହିଲେ- ଷଣ୍ଢ ସଂଖ୍ୟା ବୃଦ୍ଧି ପାଇଁ ପଦକ୍ଷେପ ନେଉଛନ୍ତି ସରକାର

Published By : Prameya-News7 Bureau | December 04, 2024 IST

ଭୁବନେଶ୍ବର ୪।୧୨: ବିଧାନସଭାରେ ତାରାଙ୍କ ଷଣ୍ଢ ଚିନ୍ତା । ସରକାର ବଢ଼ାଇବେ ଷଣ୍ଢ ସଂଖ୍ୟା । ବିଧାନସଭାରେ ଉତ୍ତର ରଖିଲେ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ରାଜ୍ୟର ୩୦ଟି ଜିଲ୍ଲାରେ ୨ ଲକ୍ଷ ୩୦ ହଜାର ୪୦୩ ଷଣ୍ଢ ଅଛନ୍ତି । ଉନ୍ନତ ମାନର ଷଣ୍ଢ ମାନଙ୍କର ପ୍ରଜନନ ପାଇଁ ହିମିକୃତ ଶୁକ୍ର ଭଣ୍ଡାର ବ୍ୟବହାର କରାଯାଉଛି । ପୂର୍ବରୁ ରାଜ୍ୟରେ ୨ ଲକ୍ଷ ୬୩ ହଜାର ୮୫୦ ଷଣ୍ଢ ରହିଥିବା ବେଳେ ବର୍ତ୍ତମାନ ସେ ସଂଖ୍ୟା କମି ୨ ଲକ୍ଷ ୩୦ ହଜାର ୪୦୩ରେ ପହଞ୍ଚିଛି ।

ତେଣୁ ରାଜ୍ୟରେ ଷଣ୍ଢ ମାନଙ୍କ ସଂଖ୍ୟା ବୃଦ୍ଧି ପାଇଁ ସରକାର ପଦକ୍ଷେପ ନେଉଛନ୍ତି ବୋଲି ବିଧାନସଭାରେ ଉତ୍ତର ରଖିଲେ ପ୍ରାଣୀ ସମ୍ପଦ ମନ୍ତ୍ରୀ ।


You Can Read:

ଅମରଦା ଠାରେ ଜରୁରୀକାଳୀନ ଅବତରଣ କଲା ନୌସେନା ହେଲିକପ୍ଟର

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.