ଭୁବନେଶ୍ବର ୨୮/୧: ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ ଖବର । ସୁଭଦ୍ରା ଆବେଦନକାରୀଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ପରାମର୍ଶ । କହିଲେ ଜାନୁଆରୀ ୨୯ ଓ ୩୦ରେ ବ୍ୟାଙ୍କ ଯାଆନ୍ତୁ । ଯେଉଁମାନଙ୍କୁ କଲ୍ ଓ ମେସେଜ ଆସିଛି NPCI ଦ୍ବନ୍ଦ୍ବ ଦୂର କରିବାକୁ ଆବେଦନକାରୀ ବ୍ୟାଙ୍କ ଯାଆନ୍ତୁ । ଏହି ୨ଦିନ ବ୍ୟାଙ୍କ ଗୁଡିକ ବିଶେଷ ଧ୍ୟାନ ଦେବେ । ସ୍ପେଶାଲ ଡ୍ରାଇଭ କରାଯିବ ।
ଉପମୁଖ୍ୟମନ୍ତ୍ରୀ କହିଛନ୍ତି ସୋମବାର ବ୍ୟାଙ୍କର୍ସମାନଙ୍କ ସହ କଥା ହୋଇଛନ୍ତି ସଚିବ । ୨୯ ଓ ୩୦ ତାରିଖରେ ବ୍ୟାଙ୍କରେ NPCI ଫେଲ୍ ହୋଇଥିବା ହିତାଧିକାରୀଙ୍କ ପାଇଁ ରହିବ ସ୍ବତନ୍ତ୍ର ବ୍ୟବସ୍ଥା । ବ୍ୟାଙ୍କ ଯାଇ NPCI ଆକ୍ଟିଭେଟ କରିବେ ହିତାଧିକାରୀ । NPCI କ୍ଲିୟର ହେଲେ ଚତୁର୍ଥ ପର୍ଯ୍ୟାୟରେ ସମସ୍ତ ହିତାଧିକାରୀଙ୍କୁ ମିଳିବ ପ୍ରଥମ କିସ୍ତି ଟଙ୍କା ।
ଏବେ ସୁଦ୍ଧା ୧କୋଟି ୭ ଲକ୍ଷ ୨୩ ହଜାର ୨୪୯ ସୁଭଦ୍ରା ପାଇଁ ଆବେଦନ କରିଛନ୍ତି । ସେମାନଙ୍କ ମଧ୍ୟରୁ ୮୦ ଲକ୍ଷ ୨୯ ହଜାର ୭୪୧ ଜଣଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଛି । ୩ଲକ୍ଷ ୩୧ ହଜାର ୧୮୮ ଜଣଙ୍କ NPCI ଫେଲ୍ ହୋଇଛି । ଚତୁର୍ଥ ପର୍ଯ୍ୟାୟ ପୂର୍ବରୁ ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ଶେଷ ସୁଯୋଗ ।