ଭୁବନେଶ୍ବର ୩୧।୧: କମିଶନରେଟ୍ ପୋଲିସ ଅଧିନରେ ପୃଥକ ଘଟଣାରେ ତିନି ଯୁବକଙ୍କ ମୃତ୍ୟୁ ହୋଇଛି । ପ୍ରଥମ ଘଟଣାରେ ପାହାଳ ଥାନା ଅନ୍ତର୍ଗତ ଅଟାଳ ଗାଁରେ ଜଣେ ଯୁବକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଛି । ଯୁବକଙ୍କ ଗୋଡ଼ ତଳେ ଲାଗିଥିବା ବେଳେ ତାଙ୍କ ସାମ୍ନାରେ ଏକ ମୋବାଇଲ ରହିଥିବା ପୋଲିସ ଦେଖିବାକୁ ପାଇଛି । କାହା ସହିତ ଭିଡିଓ କଲ୍ କରି ଯୁବକ ଜଣକ ଆତ୍ମହତ୍ୟା କରିଥିବା ଯୁବକଙ୍କ ସହଯୋଗୀ କହିଛନ୍ତି । ଅନ୍ୟପଟେ ଖାରବେଳ ନଗର ଥାନା ଅନ୍ତର୍ଗତ ପଢାବି କଲୋନୀରେ ଦୁଇ ଯୁବକଙ୍କ ମୃତଦେହ ଏକ ଘରୁ ଉଦ୍ଧାର କରିଛି ପୋଲିସ । କେଉଁ ପରିସ୍ଥିତିରେ ଯୁବକ ଦୁଇ ଜଣଙ୍କ ମୃତ୍ୟୁ ଘଟିଲା ତାର ତଦନ୍ତ କରୁଛି ଖାରବେଳନଗର ଥାନା ପୋଲିସ ।
ସୂଚନାଯୋଗ୍ୟ ଯେ, ଅଟାଳ ଗାଁରେ ଥିବା ଜୟଗୁରୁ ଗ୍ୟାସ୍ ଦୋକାନରେ ଭଦ୍ରକର ଜ୍ୟୋତିରଞ୍ଜନ ବାରିକ ଗତ ୬ ମାସ ହେବ କାମ କରୁଥିଲେ । ଗୁରୁବାର ରାତିରେ ସେ ନିଜ ପ୍ରେମିକାଙ୍କ ସହିତ ଭିଡିଓ କଲ୍ କରି ବହୁ ସମୟ କଥା ହୋଇଥିଲେ । ତାଙ୍କ ସହିତ ସେଠାରେ ରହୁଥିବା ଅନ୍ୟ ସହଯୋଗୀ ସକାଳୁ ଉଠି କବାଟ ଖୋଲିବାକୁ ଚେଷ୍ଟା କରି ବିଫଳ ହେବା ପରେ ମାଲିକକୁ ଫୋନ୍ କରିଥିଲେ । ଘର ମାଲିକ ଏଠାରେ ପହଞ୍ଚି ଘର ଆଗରେ ଝୁଲନ୍ତା ଅବସ୍ଥାରେ ଜ୍ୟୋତିକୁ ଦେଖି ପୋଲିସକୁ ଖବର ଦେଇଥିଲେ । ଏଠାରେ ଲାଗିଥିବା ସିସିଟିଭି କାମ କରୁନଥିବା ପୋଲିସ ଜାଣିବାକୁ ପାଇଛି । ସ୍ଥାନୀୟ ଲୋକେ ଯୁବକଙ୍କୁ କେହି ମାରି ଟଙ୍ଗାଇ ଦେଇଥିବା ଅଭିଯୋଗ କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଅନ୍ୟପଟେ ଖାରବେଳ ଥାନା ଅନ୍ତର୍ଗତ ପଞ୍ଜାବୀ କଲୋନୀର ଏକ ଘରୁ ଦୁଇ ଜଣ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ପିଠା କମ୍ପାନୀରେ କାମ କରୁଥିବା ଦୁଇ ଯୁବକ ହେଲେ ମନୋରଞ୍ଜନ ସାହୁ ଓ ଜ୍ଞାନରଞ୍ଜନ ବେହେରା । ଉଭୟ ଗୁରୁବାର ରାତିରେ ଶୋଇଥିବା ସମୟରେ ସକାଳୁ ତାଙ୍କ ମୃତଦେହ ଘରୁ ବାହାରିଥିଲା । ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
You Can Read: