ରାସ୍ତାରେ ବୁଲୁଛନ୍ତି ୧୭ଲକ୍ଷ ବୁଲା କୁକୁର, ଗତ ଦୁଇ ବର୍ଷରେ ୫ ଲକ୍ଷରୁ ଅଧିକ ଲୋକଙ୍କୁ କାମୁଡ଼ିଲେଣି

Published By : Prameya-News7 Bureau | December 04, 2024 IST

ଭୁବନେଶ୍ବର ୪।୧୨: ରାଜ୍ୟରେ ଗତ ଦୁଇ ବର୍ଷରେ ୫ ଲକ୍ଷରୁ ଅଧିକ ଲୋକଙ୍କୁ କାମୁଡ଼ିଲେଣି ବୁଲା କୁକୁର । ବୁଧବାର ଗୃହରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ରଖିଛନ୍ତି ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ମନ୍ତ୍ରୀ କହିଛନ୍ତି, ବୁଲା କୁକୁର ପ୍ରତି ସାବଧାନ । ରାସ୍ତାରେ ବୁଲୁଛନ୍ତି ୧୭ ଲକ୍ଷ ବୁଲା କୁକୁର । ବୁଲା କୁକୁରଙ୍କ ଉପଦ୍ରବରେ ଲୋକ ହନ୍ତସନ୍ତ । ଦୁଇ ବର୍ଷରେ କୁକୁର କାମୁଡ଼ାରେ ଶିକାର ହେଲେଣି ୫ ଲକ୍ଷରୁ ଅଧିକ ଲୋକ । 

ରାଜ୍ୟର ୮ଟି ସହରାଞ୍ଚଳରେ ୪ ହଜାର ୬୦୫ କୁକୁରଙ୍କ ବନ୍ଧ୍ୟାକରଣ କରାଯାଇଛି । ଚଳିତ ବର୍ଷ ଅର୍ଥାତ ଏଇ ୧୦ ମାସରେ ୨ ଲକ୍ଷ ୪୩ ହଜାର ୫୬୫ ଜଣ ଲୋକ କୁକୁର କାମୁଡ଼ାରେ ଶିକାର ହୋଇଛନ୍ତି । ସେହିପରି ଗତବର୍ଷ ୨ ଲକ୍ଷ ୬୦ ହଜାର ଲୋକ କୁକୁର କାମୁଡ଼ାର ଶିକାର ହୋଇଥିଲେ ବୋଲି ମନ୍ତ୍ରୀ କହିଛନ୍ତି ।

You Can Read:

ବିଧାନସଭାରେ ପାରିତ ହେଲା ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି, ଗୁରୁବାର ୧୦ଟା ୩୦ ମିନିଟ୍ ଯାଏଁ ଗୃହ ମୁଲତବି

  • odisha
  • OdishaNews
  • Odisha Assembly
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.