ତେଲକୋଇ ଓ କଣ୍ଟାବାଞ୍ଜିରେ ହାତୀ ଉପଦ୍ରବ, ଘରେ ପଶି ବାଇକ ଭାଙ୍ଗିଲେ,ଧାନ ଖାଇଲେ

Published By : Prameya-News7 Bureau | January 13, 2025 IST

ତେଲକୋଇ ୧୩ /୧: ହାତୀ ପାଇଁ ରାତି ଉଜାଗର । ଭୟଭୀତ ଲୋକେ । ତେଲକୋଇ କନ୍ତଲେଇ ଗାଁ ମହାନ୍ତ ସାହିରେ ଉତ୍ପାତ କରୁଛି ଗୋଠଛଡା ଦନ୍ତା । ବିଳମ୍ବିତ ରାତି ପ୍ରାୟ ୧୨ ଟା ସମୟରେ ଗାଁରେ ପଶିଥିଲା ଦନ୍ତା । ସାହିର ଗିରିଧର ମହାନ୍ତଙ୍କ ଘର ଭାଙ୍ଗି  ଧାନ ଓ ଚାଉଳ ଖାଇଯାଇଛି ଗୋଠ ଛଡା ଦନ୍ତା ।

ପରିବାର ଲୋକ ଭୟରେ ପଡୋଶୀଙ୍କ ଘରେ ଆଶ୍ରୟ ନେଇଥିଲେ । ପ୍ରାୟ ୧ ଘଣ୍ଟା ଧରି ଭଙ୍ଗାରୁଜା କଲା ପରେ ହାତୀଟି ଦାଢିଆ ସାହିର ସହଦେବ ସାହୁଙ୍କ ବାଇକକୁ ଭାଙ୍ଗି ଦେଇଛି ହାତୀ । ହାତୀ ଉପଦ୍ରବରେ ତ୍ରାହି ତ୍ରାହି ଡାକିଲେଣି ଲୋକେ । ବାରମ୍ବାର ଅଭିଯୋଗ ପରେ ବନବିଭାଗ ହାତୀ ଘଉଡାଇବା ପାଇଁ କିଛି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି । 

ସେପଟେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବ୍ଲକ ମୁରିବାହାଲ ରେଞ୍ଜରେ ମଧ୍ୟ ସମାନ ସ୍ଥିତି । ଉପଦ୍ରବ ଚଳାଇଛନ୍ତି ୯ ଟିକିଆ ହାତୀ ପଲ । ବିଳମ୍ବିତ ରାତିରେ ହାତୀ ପଲ ଗାଁର ଚାଷୀ ପ୍ରଫୁଲ୍ଲ ବଘାରଙ୍କ ଘରେ ପଶି ଧାନ ନଷ୍ଟ କରିଦେଇଛି । ପ୍ରାୟ ୭୦ ବସ୍ତାରୁ ଅଧିକ ଧାନ ଖାଇଯାଇଛନ୍ତି ହାତୀ ପଲ । ହାତୀକୁ ଘଉଡାଇବାକୁ ଉଦ୍ୟମ କରୁଛି ବନବିଭାଗ । ରେଞ୍ଜର କହିଛନ୍ତି କ୍ଷତିଗ୍ରସ୍ତ ଚାଷୀଙ୍କୁ ଦିଆଯିବ କ୍ଷତିପୂରଣ । 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.