ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କୁ ସମର୍ଥନ କରି ରାଜନୀତିରେ ହଇଚଇ ସୃଷ୍ଟି କରିଥିବା ମସ୍କ ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ଏଲନ ମସ୍କ ଟେକ୍ସାସରେ ନିଜର ରିୟଲ ଇଷ୍ଟେଟ୍ ଭେଞ୍ଚର ପାଇଁ ଚର୍ଚ୍ଚାର କେନ୍ଦ୍ରକୁ ଆସିଛନ୍ତି । ମସ୍କ ନିଜ ୧୧ ପିଲା ଏବଂ ବଡ଼ ପରିବାର ପାଇଁ ଏକ ବିଶାଳ ବଙ୍ଗଳା କିଣିଛନ୍ତି । ଏହି ବିଶାଳ ବଙ୍ଗଳା ଟକ୍ସନରୁ ପ୍ରେରିତ ଡଜାଇନ ଏବଂ ମସ୍କଙ୍କ ପୂରା ପରିବାର ରହିବା ପାଇଁ ପର୍ଯ୍ୟାପ୍ତ ସ୍ଥାନ ରହିଛି । ମସ୍କଙ୍କ ପରିବାରରେ ତାଙ୍କ ଏକ୍ସପାର୍ଟନର ଏବଂ ସନ୍ତାନ ସାମିଲ ଅଛନ୍ତି ।
ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟ ଅନୁସାରେ ମସ୍କ ୩୫ ମିଲିୟନ ଡଲାର (୨୬୪.୨୯ କୋଟି ଟଙ୍କା)ରେ ୧୪,୪୦୦ ବର୍ଗ ଫୁଟ ଅଞ୍ଚଳରେ ଏହି ବିଶାଳ ବଙ୍ଗଳା ବ୍ୟାପ୍ତ । ସାର୍ବଜନୀନ ରିପୋର୍ଟ ଅନୁସାରେ ଏହି ସମ୍ପତ୍ତି ନିକଟରେ ଆଉ ଏକ ୬ ବେଡ୍ରୁମ୍ ଥିବା ମହଲ ମଧ୍ୟ ମସ୍କ କଣିଛନ୍ତି । କଥିତ ରୂପେ ମସ୍କ ନିଜ ପିଲାଙ୍କ ଦୁଇ ମାଆଙ୍କୁ ଏହି ଘରେ ରଖିବାକୁ ଚାହୁଁଛନ୍ତି । ଏପରି କରିବା ଦ୍ୱାରା ପିଲାମାନେ ପରସ୍ପରର ଜୀବନରେ ଗୁରୁତ୍ୱପୂର୍ଣ୍ଣ ସମୟ ବିତାଇ ପାରିବେ ଏବଂ ମସ୍କ ମଧ୍ୟ ନିଜ ପିଲାଙ୍କ ସହ ସମୟ ବିତାଇ ପାରିବେ ।
ରିପୋର୍ଟ ଅନୁସାରେ ନୂଆ ବଙ୍ଗଳାଠାରୁ ୧୦ ମିନିଟ୍ ଦୂରରେ ମସ୍କ ଅନ୍ୟ ଏକ ଘରେ ରହୁଛନ୍ତି । ମସ୍କଙ୍କ ପିଲାଙ୍କ ମଧ୍ୟରୁ ଶିଭୋନ ଜିଲିସ ନୂଆ ଘରେ ରହିବା ଆରମ୍ଭ କରିଛନ୍ତି । ଶିଭୋନ ଜିଲିସଙ୍କଠାରୁ ମସ୍କ ନିଜର ୧୧ତମ ସନ୍ତାନକୁ ଦୁନିଆକୁ ସ୍ୱାଗତ କରିଥିଲେ । ଅନ୍ୟପଟେ ମସ୍କଙ୍କ ତିନି ସନ୍ତାନର ମାଆ ଥିବା କ୍ଲେୟର ବାଉଚର ମଧ୍ୟ ଏଠାକୁ ଶିଫ୍ଟ ହେବାକୁ ଯାଉଛନ୍ତି । ବର୍ତ୍ତମାନ ମସ୍କଙ୍କ ସହ ତାଙ୍କର ଆଇନଗତ ବିବାଦ ଥିବାରୁ ସେ ଏଥିରେ ଦୂରେଇ ରହିବା ପାଇଁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ଟେଲସା ପ୍ରତିଷ୍ଠାତାଙ୍କ ୧୧ ସନ୍ତାନ ଥିବା କୁହାଯାଉଛି, ତେବେ କିଛି ରିପୋର୍ଟ ଅନୁସାରେ ତାଙ୍କ ୧୨ ପିଲା ଅଛନ୍ତି । ମସ୍କଙ୍କ ତିନି ଜଣ ସ୍ତ୍ରୀଙ୍କ ଠାରୁ ଏହି ସନ୍ତାନ ପାଇଛନ୍ତି ।