ଟ୍ରମ୍ପ ନା ହ୍ୟାରିସ୍, କିଏ ଜିତୁଛନ୍ତି ଆମେରିକା ରାଷ୍ଟ୍ରପତି ନିର୍ବାଚନ, ଜାଣନ୍ତୁ କ’ଣ କହୁଛି Exit Poll?

Published By : Prameya-News7 Bureau | October 30, 2024 IST

ୱାସିଂଟନ ୩୦।୧୦: ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ଏବେ ସପ୍ତାହକରୁ ବି କମ ସମୟ ବାକି। ରାଷ୍ଟ୍ରପତି ନିର୍ବାଚନକୁ ନେଇ ନିକଟରେ ଏକ ପୋଲ କରାଯାଇଥିଲା, ଯେଉଁଥିରେ ଡେମୋକ୍ରାଟିକ ପ୍ରାର୍ଥୀ କମଲା ହ୍ୟାରିସ୍ ଓ ରିପବ୍ଲିକାନ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ କଡା ଟକ୍କର ହେଉଥିବା ଜଣା ପଡିଛି। ତାଜା ସର୍ଭେରୁ ଜଣାପଡିଛି ଯେ ୱିସ୍କନସିନ୍, ମିନେସୋଟା, ମିଚିଗାନ ଓ ନର୍ଥ କ୍ୟାରୋଲିନାରେ ଉଭୟ ରାଷ୍ଟ୍ରପତି ପଦ ପ୍ରାର୍ଥୀଙ୍କ ମଧ୍ୟରେ କଡା ପ୍ରତିଦ୍ୱନ୍ଦ୍ୱୀତା ହେଉଛି। ନ୍ୟୁୟର୍କ ଟାଇମ୍ସ ସର୍ଭେକ୍ଷଣ ଅନୁସାରେ ଜାତୀୟ ସ୍ତରରେ ହ୍ୟାରିସ୍ ଙ୍କୁ ୪୯ପ୍ରତିଶତ ଓ ଡୋନାଲ୍ଡ ଟ୍ରମ୍ପଙ୍କୁ ୪୮ ପ୍ରତିଶତର ମାମୁଲି ବୃଦ୍ଧି ଦିଆଯାଇଛି। 

୧୯ ଇଲେକ୍ଟୋରାଲ ଭୋଟ ଓ କୌଣସି ଚାପବିନା ଏହି ନିର୍ବାଚନରେ ପେନସିଲଭାନିଆ ଭୋଟ ନିର୍ଣ୍ଣାୟକ ହେବ ବୋଲି ଆକଳନ କରାଯାଉଛି। ତେବେ ତାଜା ଭୋଟ ହାରରୁ ଜଣାପଡୁଛି ଯେ ଟ୍ରମ୍ପ ପେନସିଲଭାନିଆରେ ୨ ପ୍ରତିଶତ ଆଗରେ ଅଛନ୍ତି,ଏଥିରେ ହ୍ୟାରିସ ଜାତୀୟ ସ୍ତରରେ ୧.୪ ପଏଣ୍ଟରେ ଆଗରେ ଅଛନ୍ତି। ହ୍ୟାରିସ୍ ଚଳିତବର୍ଷ ପ୍ରାରମ୍ଭରୁ ବାଇଡେନଙ୍କ ତୁଳନାରେ ପେନସିଲଭାନିଆରେ ଉଲ୍ଲେଖନିୟ ପ୍ରଦର୍ଶନ କରୁଛନ୍ତି। 

ଡେଟ୍ରଏଟ୍ ନ୍ୟୁଜ୍ ସର୍ଭେକ୍ଷଣରୁ ଜଣାପଡୁଛି ଯେ ହ୍ୟାରିସ୍ ଙ୍କୁ ୪୭ରୁ ୪୪ ପ୍ରତିଶତ ବୃଦ୍ଧି ଦେଖାଯାଉଥିବା ବେଳେ ମିଚିଗାନରେ ୪୧ ପ୍ରତିଶତ ଭୋଟର ଚାକିରୀ ଓ ଅର୍ଥବ୍ୟବସ୍ଥାକୁ ପ୍ରାଥମିକତା ଦେଉଛନ୍ତି। ଟିଆଇପିପି ଟ୍ରେକିଂ ପୋଲ ୩ ଦିନରେ ୧,୨୯୧ ଭୋଟରଙ୍କ ମଧ୍ୟରେ କରାଯାଇଥିବା ସର୍ଭେରେ ହ୍ୟାରିସ୍‌ ଙ୍କୁ ୪୮ ଓ ଟ୍ରମ୍ପଙ୍କୁ ୪୭ ପ୍ରତିଶତ ବୃଦ୍ଧି ଦେଇଛି। ଏହିସବୁ ସର୍ଭେକ୍ଷଣରୁ ଜାତୀୟ ଅସନ୍ତୋଷର ସଂକେତ ମିଳୁଛି, ଯାହାର ପ୍ରଭାବ ହ୍ୟାରିସଙ୍କ ଉପରେ ପଡିପାରେ। ଯଦିଓ ସବୁ ସର୍ଭେକ୍ଷଣରୁ ଅଲଗା ଅଲଗା ଫଳାଫଳ ଆସୁଛି ତଥାପି କମ ଅନ୍ତରର ସମ୍ଭାବିତ ରୋମାଞ୍ଚକ ପ୍ରତିଦ୍ୱନ୍ଦ୍ୱୀତାକୁ ଇଶାରା କରୁଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.