ହିଜବୁଲ୍ଲା ନୂଆ ମୁଖ୍ୟର ନଇମ କ୍ୱାସୀମର ରଣ ହୁଙ୍କାର: ବିନା ସର୍ତ୍ତରେ ହେବନି ଯୁଦ୍ଧ ବିରାମ, ସେପଟେ ଟପ୍ କମାଣ୍ଡରକୁ ମାରିଲା ଇସ୍ରାଏଲ

Published By : Prameya-News7 Bureau | October 30, 2024 IST

internet

ନୂଆଦିଲ୍ଲୀ: ନଇମ କ୍ୱାସୀମ ଲେବାନନର ଆତଙ୍କବାଦୀ ସଂଗଠନ ହିଜବୁଲ୍ଲାର ନୂଆ ମୁଖ୍ୟ ନୁଯୁକ୍ତି ହେବାର ଦିନକ ପରେ ବୁଧବାର (ଅକ୍ଟୋବର ୩୦) ଇସ୍ରାଏଲ ବିରୋଧରେ ରଣହୁଙ୍କାର ଦେଇଛି। ଇସ୍ରାଏଲ ସହିତ ସର୍ତ୍ତ ରଖି ଅସ୍ତ୍ରିବିରତୀ ପାଇଁ ରାଜି ହେବ ବୋଲି କହିବା ସହିତ ଦିମ୍ବଗତ ମୁଖିଆ ସୟଦ ହସନ ନସରଲ୍ଲା ପଥ ଅନୁସରଣ କରିବାକୁ ଶପଥ ନେଇଛି ନଇମ କ୍ୱାସୀମ।

କ୍ୱାସୀମ କହିଛି ମୋ କାମ ସୟଦ ହୁସେନ ନସରଲ୍ଲାଙ୍କ କାମର ପରବର୍ତ୍ତି ପଦକ୍ଷେପ ମାତ୍ର। ଲେବାନନ ବିରୋଧରେ ଇହୁଦି ସରକାର ୩୯ ହଜାର ଉଲ୍ଲଂଘନ କରିଛନ୍ତି। ଏଥିସହିତ ଦକ୍ଷିଣ ଲେବାନନରେ ଇସ୍ରାଏଲ ଜନବସତି ଗଢ଼ୁଥିବା ସେ ଅଭିଯୋଗ କରିଛନ୍ତି। ଗାଜା ଏବଂ ଲେବାନନରେ ଇସ୍ରାଏଲ୍ ଦ୍ୱାରା କରାଯାଇଥିବା ନରସଂହାର ଅପରାଧରେ ଉଭୟ ଆମେରିକା ଏବଂ ୟୁଏ ଅଂଶୀଦାର ବୋଲି ନୂଆ ହିଜବୁଲ୍ଲା ମୁଖ୍ୟ ପ୍ରତିକ୍ରିୟା ଦେଇଛି।

ଇସ୍ରାଏଲ୍ ଲେବାନନ୍ ଦଖଲ କରି ଆରବ ଦେଶରେ ବସତି ସ୍ଥାପନ କରିବାକୁ ଯୋଜନା କରିଛି। କିନ୍ତୁ ହିଜବୁଲ ଇସ୍ରାଏଲ୍ ରାସ୍ତାରେ ପଥରେ ଠିଆ ହୋଇଛି। ଗତ ମାସର ଯନ୍ତ୍ରଣାଦାୟକ ଆଘାତ ପରେ ସଂଗଠନ ପୁଣି ଜାଗି ଉଠିଛି। ଯଦି ଇସ୍ରାଏଲ ସରକାର ଲେବାନନ ମାଟିରୁ ସେନା ପ୍ରତ୍ୟାହାର ନ କରେ ତେବେ ଭୟଙ୍କର ପରିଣତି ଭୋଗିବ ବୋଲି ନଇମ କ୍ୱାସୀମ କହିଛି।  

ବୟାନ ଜାରି କରି କ୍ୱାସୀମ କହିଛି “ଯଦି କ୍ଷତି କମ ହେଉ ବୋଲି ଚାହୁଁଛ ତେବେ ଆମ ଦେଶରୁ ପଳାଇ ଯାଅ। ଯଦି ତୁମେ ରୁହ, ତେବେ ତୁମେ ତୁମ ଜୀବନରେ ସବୁଠାରୁ ଅଧିକ ମୂଲ୍ୟ ଦେବ।”

ମୁସ୍ତାଫା ଅହମଦ ଶାହାଦୀ

ସେପଟେ ହିଜବୁଲ୍ଲା ଏଭଳି ଧମକ ଦେଉଥିବା ବେଳେ ଏପଟେ ସଂଗଠନର ବିଶିଷ୍ଠ ରଦୱାନ ଫୋର୍ସର ଡେପୁଟି କମାଣ୍ଡର ମୁସ୍ତାଫା ଅହମଦ ଶାହାଦୀକୁ ହତ୍ୟା କରିଛି ଇସ୍ରାଏଲ୍। ବୁଧବାର ଏୟାର ଷ୍ଟ୍ରାଇକ୍‌ରେ ଶାହାଦୀର ମୃତ୍ୟ ହୋଇଥିବା ଇସ୍ରାଏଲ ସେନା ଆଇଡିଏଫ୍ ସୂଚନା ଦେଇଛି। ଦକ୍ଷିଣ ଲେବାନନର ନାବାଟିହରେ ଇସ୍ରାଏଳ ଯୁଦ୍ଧ ବିମାନ ଦ୍ୱାରା କରାଯାଇଥିବା ଷ୍ଟ୍ରାଇକରେ ମୁସ୍ତାଫା ଅହମ୍ମଦ ଶାହାଦୀ ଜୀବନ ଯାଇଛି ବୋଲି ଆଇଡିଏଫ୍ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛି।

ଆଇଡିଏଫ୍ କହିଛି ଯେ ଶାହଦୀ ଇସ୍ରାଏଲ ବିରୁଦ୍ଧରେ ଅନେକ ଆତଙ୍କବାଦୀ ଆକ୍ରମଣ କରିଛି। ସେ ଦକ୍ଷିଣ ଲେବାନନରେ IDF ସେନା ଉପରେ ହୋଇଥିବା ଆକ୍ରମଣର ତଦାରଖ କରିଥିଲା। ସେହିପରି ପୂର୍ବରୁ ୨୦୧୨-୨୦୧୭ ମସିହାରେ ସିରିଆରେ ଯୁଦ୍ଧ ସମୟରେ ରାଦୱାନ୍ ଫୋର୍ସର ଅପରେସ ପାଇଁ ଦାୟୀ ଥିଲା। ଏହି ସମୟରେ ଶାହାଦୀ ରଦୱାନ ଫୋର୍ସର ମୁଖ୍ୟ ଥିଲା ବୋଲି ଇସ୍ରାଏଲ୍ ସେନା କହିଛି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.