ଛତିଶଗଡ଼ରେ ଭୋଟିଂ ବେଳେ ସୁକମା ଓ କାଙ୍କେରରେ ସଂଘର୍ଷ, କିଛି ନକ୍ସଲଙ୍କ ମୃତ୍ୟୁ ଆଶଙ୍କା

Published By : Prameya-News7 Bureau | November 07, 2023 IST

ରାୟପୁର ୭।୧୧: ଛତିଶଗଡ଼ ବିଧାନସଭା ନିର୍ବାଚନ ନିମନ୍ତେ ମଙ୍ଗଳବାର ଭୋଟଗ୍ରହଣ ଚାଲିଥିବା ବେଳେ ସିଆରପିଏଫ, ବିଏସଏଫ ଓ ଡିଆରଜି ଟିମ୍‌ ସହ ନକ୍ସଙ୍କ ସଂଘର୍ଷ ହୋଇଥିବା ଜଣାପଡିଛି। ମିନପାରେ ପୋଲିଂ ପାର୍ଟିଙ୍କୁ ସୁରକ୍ଷା ଦେବା ପାଇଁ ମୁତୟନ ହୋଇଥିବା ସିଆରପିଏଫ କୋବରା ୨୦୬ ଜବାନଙ୍କ ସହ ସୁକମା ଓ ତାଡମେଟଲାରେ ନକ୍ସଲ ମୁହାଁମୁହିଁ ହୋଇଥିବା ଜଣାପଡିଛି। ପ୍ରାୟ ୨୦ ମିନିଟ୍‌ ପର୍ଯ୍ୟନ୍ତ ହୋଇଥିବା ଏହି ଗୁଳି ବିନିମୟରେ କିଛି ଜବାନ ଆହତ ହୋଇଥିବାର ସୂଚନା ଆସୁଛି।

ସେହିପରି କାଙ୍କେର ଜିଲ୍ଲା ବାନ୍ଦେ ଥାନା ଅଞ୍ଚଳରେ ବିଏସଏଫ ଓ ଡିଆରଜି ଟିମ୍‌ ମତଦାନ ନିମନ୍ତେ ଏରିଆ ଡୋମିନେସନ ନିମନ୍ତେ ବାହାରିଥିବା ବେଳେ ପନାବର ନିକଟରେ ଡିଆରଜି ସହିତ ନକ୍ସଲଙ୍କ ଗୁଳି ବିନିମୟ ହୋଇଛି। ମଧ୍ୟାହ୍ନ ପ୍ରାୟ ଗୋଟାଏ ବେଳେ ହୋଇଥିବା ଏହି ଗୁଳି ବିନିମୟ ପରେ ଘଟଣା ସ୍ଥଳରୁ ଏକେ-୪୭ ରାଇଫଲ ଜବତ ହୋଇଛି। ଏହି ଅଞ୍ଚଳରେ ଏବେ ସର୍ଚ୍ଚ ଅପରେସନ ଚଳା ଯାଇଛି। କାର୍ଯ୍ୟାନୁଷ୍ଠାନରେ କେଛି ନକ୍ସଲ ମୃତାହତ ହୋଇଥିବାର ଆଶଙ୍କା କରାଯାଉଛି।

{"id":866931,"sizeSlug":"full","linkDestination":"none"}

ମିଳୁଥିବା ସୂଚନା ଅନୁସାରେ ମତଦାନ ଦିବସ ନିମନ୍ତେ ସିଆରପିଏଫ ୮୫ ତମ ବାହିନୀ ଏରିଆଡୋମିନେସନ ନିମନ୍ତେ ବାହାରିଥିବା ବେଳେ ନକ୍ସଲଙ୍କ ସହ ଗୁଳି ବିନିମୟ ହୋଇଥିଲା। ଏହି ଗୁଳି ବିନିମୟ ୧୦ରୁ ୧୫ ମିନିଟ୍‌ ପର୍ଯ୍ୟନ୍ତ ଚାଲିଥିଲା। ନକ୍ସଲମାନଙ୍କୁ୨ରୁ ୩ଟି ଶବ ଉଠାଇ ପଳାଉଥିବାର ଦେଖାଯାଇଛି। ଘଟଣାସ୍ଥଳରେ ରକ୍ତ ଛିଟା ଓ ଘୋଷରା ଦାଗ ପଡିଛି। ସମସ୍ତ ଜବାନ ସୁରକ୍ଷିତ ଥିବା ଓ ଆଖପାଖରେ ସର୍ଚ୍ଚ ଅପରେସନ ଚଳାଯାଇଥିବା କୁହାଯାଇଛି।

୫ ରାଜ୍ୟଙ୍କ ବିଧାନସଭା ନିର୍ବାଚନ ନିମନ୍ତେ ମତଦାନ ମଙ୍ଗଳବାର ଆରମ୍ଭ ହୋଇଛି। ଛତିଶଗଡ ଓ ମିଜୋରାମରେ ଭୋଟ ଗ୍ରହଣ କରାଯାଇଛି।ଏଥିରେ ଛତିଶଗଡ଼ର ୧୦ଟି ଆସନ ନିମନ୍ତେ  ମତଦାନ ଶେଷ ହୋଇଛି। ସେପଟେ ମିଜୋରାମରେ ୪୦ ଆସନ ବିଶିଷ୍ଟ ବିଧାନସଭା ନିମନ୍ତେ ମଙ୍ଗଳବାର ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେଉଛି। ନକ୍ସଲ ଉପଦ୍ରୁତ ଅଞ୍ଚଳରେ ଭୋଟଗ୍ରହଣ ହେଉଥିବାରୁ ନିର୍ବାଚନ ଆୟୋଗ ୬୦ ହଜାର ସୁରକ୍ଷା ବଳଙ୍କୁ ମୁତୟନ କରିଛନ୍ତି। ସେହିପରି ନିର୍ବାଚନ ପରିଚାଳନା ନିମନ୍ତେ ୨୫,୪୨୯ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।

ଭୋଟ ଦେଉଛି ଛତିଶଗଡ଼-ମିଜୋରାମ, ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷା କଡ଼ାକଡି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.