କ୍ରିପ୍ଟୋ ପୁଞ୍ଜି ସ୍କାମ୍ : ‘ୟଶ ୱାର୍ଲ୍ଡ’ କ୍ରିପ୍ଟୋ ଟୋକନ୍ ମୁଖ୍ୟ ସନ୍ଦୀପ ଚୌଧୁରୀ ଗିରଫ, ଓଡିଶା ସମେତ ୮ ରାଜ୍ୟରେ ଠକେଇ

Published By : Prameya-News7 Bureau | November 17, 2023 IST

ଭୁବନେଶ୍ବର ୧୭।୧୧: କ୍ରିପ୍ଟୋ ପୁଞ୍ଜି ସ୍କାମ ମାମଲାରେ ଆଉ ଜଣେ ବଡ଼ମୁଣ୍ଡ ଗିରଫ I ୟଶ ୱାର୍ଲ୍ଡ କ୍ରିପ୍ଟୋ ଟୋକନ ମୁଖ୍ୟକୁ ବାନ୍ଧିଲା EOW I ଅଭିଯୁକ୍ତ ସନ୍ଦୀପ ଚୌଧୁରୀକୁ ରାଜସ୍ଥାନର ଜୟପୁରରୁ ଗିରଫ କରିଛି ଅର୍ଥନୈତିକ ଅପରାଧ ଶାଖା I ସନ୍ଦୀପ ଚୌଧୁରୀ ନାଁରେ EOW ଅନୁରୋଧରେ ବ୍ୟୁରୋ ଅଫ ଇମିଗ୍ରେସନ ଜାରି ହୋଇଥିଲା ଲୁକ୍ ଆଉଟ ସର୍କୁଲାର । ସେ ୧୫ ତାରିଖ ଦିନ ଦୁବାଇ ପଳାଇବାକୁ ଉଦ୍ୟମ କରୁଥିଲା  I ଏତିକି ବେଳେ ସନ୍ଦୀପ ଚୌଧୁରୀକୁ ଜୟପୁର ବିମାନ ବନ୍ଦରରୁ ଅଟକ ରଖିଥିଲା ବ୍ୟୁରୋ ଅଫ୍ ଇମିଗ୍ରେସନ I ଓଡିଶାର EOW ଟିମ୍ ଜୟପୁରରୁ ଗିରଫ କରି ୫ ଦିନିଆ ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣୁଛି EOW I EOW ଏହି ମାମଲାରେ ୟଶ ୱାର୍ଲ୍ଡ ଓଡ଼ିଶାର ଦୁଇ ସଦସ୍ୟ ବସନ୍ତ କୁମାର ପ୍ରଧାନ ଓ ମନୋଜ କୁମାର ପଟ୍ଟନାୟକକୁ ଗିରଫ କରିଥିଲା EOW I

୨୦୦ କୋଟିରୁ ଅଧିକ ଟଙ୍କାର ଠକେଇ କରିଛି ୟଶ ୱାର୍ଲ୍ଡ I ଓଡ଼ିଶାରେ ୮ ହଜାରରୁ ଅଧିକ ଲୋକ ଏହି ସଂସ୍ଥାରେ ଟଙ୍କା ନିବେଶ କରିଥିଲେ I ଭୁବନେଶ୍ୱର, ଖୋର୍ଦ୍ଧା, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ନୟାଗଡ଼ରେ ଅପରେଟ କରୁଥିଲା ୟଶ ୱାର୍ଲ୍ଡ I ଓଡିଶା ସମେତ ୮ଟି ରାଜ୍ୟରେ ଠକେଇ କରିଛି ଏହି ସଂସ୍ଥା I ଦେଶରେ ଏହାର ଠକେଇ ଶିକାର ହୋଇଛନ୍ତି ଅଢେଇ ଲକ୍ଷରୁ ଅଧିକ ଲୋକ I ପୁରୀର ସ୍ୱାଗତ ନାୟକ EOW ରେ ଠକେଇ ନେଇ ଅଭିଯୋଗ କରିଥିଲେ I ଗିରଫ ସନ୍ଦୀପ, ବସନ୍ତ, ମନୋଜ ଓ ସଂସ୍ଥା ଅନ୍ୟମାନଙ୍କ ଦ୍ୱାରା ୮୫ହଜାର ଟଙ୍କା ଠକେଇ ନେଇ EOW ରେ ଅଭିଯୋଗ କରିଥିଲେ I

You Can Read :

wp:embed {"url":"https://www.prameyanews7.com/auction-of-chief-engineers-office-furniture-in-bhubaneswar/","type":"wp-embed","providerNameSlug":"prameya-news-7"}
https://www.prameyanews7.com/auction-of-chief-engineers-office-furniture-in-bhubaneswar/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.