ୟୁରୋ କପ୍; ବିଜୟରୁ ଇଂଲଣ୍ଡର ଅଭିଯାନ ଆରମ୍ଭ, ୧-୦ ଗୋଲ୍‌ରେ ସର୍ବିଆ ପରାସ୍ତ

Published By : Prameya-News7 Bureau | June 17, 2024 IST

ନୂଆଦିଲ୍ଲୀ: ୟୁରୋ କପ୍ ଫୁଟବଲ୍ ଚାମ୍ପିଅନସିପରେ ଇଂଲଣ୍ଡର ପ୍ରଥମ ବିଜୟ । ସର୍ବିଆକୁ ୧-୦ ଗୋଲରେ ପରାସ୍ତ କରିଛି ବ୍ରିଟିଶ୍ ବାହିନୀ । ୧-୦ ଗୋଲରେ ସର୍ବିୟାକୁ ହରାଇ ୟୁରୋ କପ୍‌ ଗ୍ରୁପ୍‌ ସି’ରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଦଳ । ୧୩ ମିନିଟରେ ମିଡଫିଲ୍ଡର ଜୁଡ୍‌ ବେଲିଂହାମ ବିଜୟୀ ଗୋଲ ସ୍କୋର କରିଥିଲେ । ଏହି ବିଜୟ ସହ ଇଂଲଣ୍ଡ ୩ ପଏଣ୍ଟ ପାଇ ଗ୍ରୁପ ସି’ର ଟେବୁଲରେ ଶୀର୍ଷ ରହିଛି । 

ଇଂଲଣ୍ଡ ଖେଳାଳି ଆରମ୍ଭରୁ ଘନଘନ ଆକ୍ରମଣ କରି ସୁଯୋଗ ସୃଷ୍ଟି କରିଥିଲେ । ତେବେ ସର୍ବିୟା ଏହାର  କଡ଼ା ଜବାବ ଦେଇଥିଲା । କିନ୍ତୁ ଜୁଡ ୧୩ ମିନିଟରେ ସବୁ ସୁରକ୍ଷାକୁ ଭେଦ କରି ବଲ୍‌ ଗୋଲପୋଷ୍ଟରେ ପୂରାଇବାରେ ସଫଳ ହୋଇଥିଲେ । ୧-୦ ଗୋଲରେ ଅଗ୍ରଣୀ ହୋଇ ଦଳ ସ୍ଥିତି ଦୃଢ଼ କରିଥିଲା ।  ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ସର୍ବିଆ ଗୋଲ୍ ଖାତା ଖୋଲି ପାରିନଥିଲା ।   ଦ୍ୱିତୀୟାର୍ଦ୍ଧ ପୂର୍ବାପେକ୍ଷା ଅଧିକ   ସଂଘର୍ଷପୂର୍ଣ୍ଣ ହୋଇଥିଲା । ଆକ୍ରମଣ ଓ   ପ୍ରତି ଆକ୍ରମଣରେ ଖେଳ ଚିତାକର୍ଷକ   ହୋଇଥିଲା । ଫଳରେ ଏହି ଭାଗରେ ଆଉ ଗୋଲ୍ ସମ୍ଭବ   ହୋଇନଥିଲା । ସର୍ବିଆ ଶେଷ ପର୍ଯ୍ୟନ୍ତ ବହୁ ପ୍ରୟାସ  କରି ପ୍ରତ୍ୟାବର୍ତ୍ତନର ସୁଯୋଗ ପାଇନଥିଲା । ସେପଟେ  ଇଂଲଣ୍ଡ ମଧ୍ୟ ଅଧିକ ଗୋଲ୍ ସୁଯୋଗ ପାଇନଥିଲା । ଫଳରେ ଇଂଲଣ୍ଡ ଏହି ମ୍ୟାଚକୁ ୧-୦ରେ ଜିତି ନେଇଛି । 

 

  • Euro Cup 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.