ବ୍ରାଡ୍‌ ହଗ୍‌ଙ୍କ ଭବିଷ୍ୟବାଣୀ, ଏହି ଟିମ୍‌ ଜିତିବ ୨୦୨୪ ଟି-୨୦ ବିଶ୍ୱକପ୍‌ ଟ୍ରଫି

Published By : Prameya-News7 Bureau | June 26, 2024 IST

ମୁମ୍ବାଇ ୨୬।୦୬ : ଟି-୨୦ ବିଶ୍ୱକପ୍‌ ୨୦୨୪ । ସରିଛି ଲିଗ୍‌ ପର୍ଯ୍ୟାୟ ମୁକାବିଲା । ଆଉ ଏବେ ଫାଇନାଲ ରେସ୍‌ ପାଇଁ ଲଢେଇ । ଗୁରୁବାରଠୁ ଖେଳାଯିବ ସେମି ମୁକାବିଲା । ଏଥିପାଇଁ ୪ଟି ଟିମ୍‌ (ଭାରତ, ଆଫଗାନିସ୍ତାନ, ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ) ପ୍ରସ୍ତୁତ। ହେଲେ ଏସବୁ ଭିତରେ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟ୍‌ର ବ୍ରାଡ୍‌ ହଗ୍‌ କରିଛନ୍ତି ଭବିଷ୍ୟବାଣୀ । 

ହଗ୍‌ଙ୍କ ମତରେ, ଚଳିତ ଥର ଟି-୨୦ ସଂସ୍କରଣକୁ ଦକ୍ଷିଣ ଆଫ୍ରିକା ଜିତିବ । କାହିଁକି ନା ଆଡେମ ମାକ୍ରମଙ୍କ ଟିମ୍‌ ଯେଉଁଭଳି ଭାବେ ଖେଳ ପ୍ରଦର୍ଶନ କରିଛି । ତାହା ମୋତେ ଚକିତ କରିଛି । ଟି-୨୦ ବିଶ୍ୱକପ୍‌ରେ ଦକ୍ଷିଣ ଆଫ୍ରିକା ଟିମ୍‌ ଏବେ ଯାଏଁ ଅପରାଜେୟ ରହିଛି । ଦଳ ପାଖରେ ବହୁତ ଆକ୍ରାମକ ବ୍ୟାଟର ସାଙ୍ଗକୁ ବୋଲର ଅଛନ୍ତି । ଯେଉଁମାନେ କି କୌଣସି ବି ପରିସ୍ଥିତିରେ ମ୍ୟାଚ୍‌ ରୂପ ବଦାଳାଇବାରେ ମାହିର। ବିଶ୍ୱକପ୍‌ରେ ଟିମ୍‌ ଏବେ ଆଫଗାନିସ୍ତାନ ସହ ସେମି ମୁକାବିଲା ଖେଳିବ । ସେମି ଜିତିବାର ପୁରା ଚାନ୍ସ ମାକ୍ରମ ସେନା ନିକଟରେ ରହିଛି ।  ଅଧିନାୟକ ଭାବେ ମାକ୍ରମ ମୋତ ବହୁତ ପସନ୍ଦ ଅଟନ୍ତି । ସଠିକ୍‌ ସମୟରେ ସଠିକ୍‌ ନିଷ୍ପତ୍ତି ନିଅନ୍ତି । 

ସେହିପରି ଚଳିତ ବିଶ୍ୱକପ୍‌ରେ ଆଫଗାନିସ୍ତାନ ଏକ ଟପ୍‌ ଟିମ୍‌ ଭାବେ ଉଭା ହୋଇଛି । ରାସିଦ ଖାନ୍‌ଙ୍କ ଅଧିନାୟକରେ ଟିମ୍‌ ଗ୍ରୁପ ଷ୍ଟେଜ୍‌ରେ ନ୍ୟୁଜିଲାଣ୍ଡକୁ ହରାଇ ପ୍ରଥମ ଓଲଟପାଲଟ କରିଥିଲା । ଆଉ ଏବେ ଏବେ ସୁପର-୮ ଷ୍ଟେଜ୍‌ରେ ଅଷ୍ଟ୍ରେଲିଆକୁ ୨୧ ରନ୍‌ରେ ପରାସ୍ତ କରି ସେମି ରାସ୍ତାରେ ପାଦ ବଢାଇଥିଲା । ଆଉ ଶେଷ ଲିଗ୍‌ ମ୍ୟାଚ୍‌ରେ ବାଂଲା ଟିମ୍‌କୁ ହରାଇ ସେମି କରିଛି ଏଣ୍ଟ୍ରି । ତେଣୁ ସେମି ମୁକାବିଲା ଟି ଜବରଦସ୍ତ ହେବ ବୋଲି ଆଶା ରହିଛି । 

ପ୍ରଥମ ସେମିଫାଇନାଲ- : ଆଫଗାନିସ୍ତାନ ବନାମ ଦକ୍ଷିଣ ଆଫ୍ରିକା

ଦ୍ୱିତୀୟ ସେମିଫାଇନାଲ- : ଭାରତ ବନାମ ଇଂଲଣ୍ଡ

ଫାଇନାଲ : ପ୍ରଥମ ସେମି ବିଜେତା ବନାମ ଦ୍ୱିତୀୟ ସେମି ବିଜେତା

  • BCCI
  • ICC T20 World cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.