ଫ୍ୟାନ୍ସଙ୍କ ହୃଦୟ ଜିତିଲେ ଏମଏସ ଧୋନି; କମାଇଲେ ନିଜର ଦରମା, CSKରୁ ନେବେ ଏତିକି ଟଙ୍କା...

Published By : Prameya-News7 Bureau | September 28, 2024 IST

ନୂଆଦିଲ୍ଲୀ ୨୮।୦୯: ଟିମ୍‌ ଇଣ୍ଡିଆର ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂ ଧୋନି । ସବୁ ଫର୍ମାଟରୁ ସନ୍ୟାସ ନେବା ପରେ କେବଳ ଆଇପିଏଲ୍‌ରେ ଦେଖାଉଛନ୍ତି ଜଲଓ୍ବା । ସେ ଚେନ୍ନାଇ ସୁପର କିଙ୍ଗ୍ସର ଅଂଶ ଅଟନ୍ତି । ଏବେ ବି ତାଙ୍କର କୋଟିକୋଟି ଫ୍ୟାନ ଫଲୋଅର୍ସ । ଅନେକ ସମୟରେ ଧୋନି ପ୍ରଶଂସକଙ୍କ ହୃଦୟ ଜିତିଥାନ୍ତି । ଏବେ ପୁଣି ଚର୍ଚ୍ଚାରେ ଆସିଛନ୍ତି କ୍ୟାପଟେନ କୁଲ୍ । 

ଏଥର ଧୋନି ଦଳ ପାଇଁ ନେଇଛନ୍ତି ଏକ ବଡ଼ ନିଷ୍ପତ୍ତି । କ୍ୟାପଟେନ କୁଲ୍ ନିଜର ଦରମା କମାଇଛନ୍ତି । ରିପୋର୍ଟ ଅନୁଯାୟୀ, ଧୋନି ଆଇପିଏଲ୍ ୨୦୨୫ରେ ଚେନ୍ନାଇ ସୁପର କିଙ୍ଗ୍ସଠାରୁ ନେବେ ମାତ୍ର ୬ କୋଟି ଟଙ୍କା । ରିପୋର୍ଟରେ କୁହାଯାଇଛି ଯେ ଚେନ୍ନାଇ ସୁପର କିଙ୍ଗ୍ସ ଆଇପିଏଲ୍ ୨୦୨୫ରେ ରବିନ୍ଦ୍ର ଜାଡେଜା, ରୁତୁରାଜ ଗାଇକୱାଡ, ଶିବମ୍ ଦୁବେ ଏବଂ ମାଥିଷ ପାଥିରାନାଙ୍କୁ ରିଟେନ କରିବ । 

ତେବେ ଏପରି ସେତେବେଳେ ହେବ ଯେତେବେଳେ ଧୋନି ଜଣେ ଅନକ୍ୟାପ ପ୍ଲେୟର ଭାବେ ରିଟେନ କରାଯିବେ। ଯଦି ଧୋନିଙ୍କୁ ଜଣେ ଅନକ୍ୟାପ ପ୍ଲେୟର ଭାବେ ରିଟେନ କରିବାକୁ ଅନୁମତି ନ ମିଳେ ତେବେ ଚେନ୍ନାଇ ନିଜ ପ୍ଲାନରେ ପରିବର୍ତ୍ତନ କରିବ । ଖବର   ଅନୁଯାୟୀ ୧୦ଟି ଯାକ ଆଇପିଏଲ୍‌ ଟିମ୍‌କୁ ନଭେମ୍ବର ୧୫ ସୁଦ୍ଧା ନିଜର ରିଟେନ ଏବଂ ରିଲିଜ୍‌ ପ୍ଲେୟରଙ୍କ ଲିଷ୍ଟ ପ୍ରକାଶ କରିବାକୁ ପଡିବ । 

ନିୟମ ଅନୁଯାୟୀ ସବୁ ଟିମ୍ ମେଗା ନିଲାମ ପୂର୍ବରୁ କେବଳ ୪ଜଣ ପ୍ଲେୟରଙ୍କୁ ରିଟେନ କରିପାରିବେ । ବାକି ଅନ୍ୟ ସମସ୍ତ ପ୍ଲେୟରଙ୍କୁ ରିଲିଜ କରିବାକୁ ପଡିବ । ତଥାପି ଚଳିତବର୍ଷ ଏହି ନିୟମରେ ହୋଇପାରେ ପରିବର୍ତ୍ତନ । କୁହାଯାଉଛି କି ଚଳିତବର୍ଷ ସବୁ ଟିମ୍‌ ୪ ରିଟେନ ପ୍ଲେୟରଙ୍କ ବଦଳରେ ୫ ପ୍ଲେୟର  ନିଜ ଟିମରେ ରଖିପାରିବେ । କିନ୍ତୁ ଏନେଇ ବର୍ତ୍ତମାନ ଯାଏଁ ଅଧିକାରୀକ ଭାବେ ଘୋଷଣା ହୋଇନି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.