ବିରାଟଙ୍କ ବ୍ୟାଟିଂ ଦେଖିବାକୁ ପାଗଳ, ସାଇକେଲରେ ୭ ଘଣ୍ଟାରେ ୫୮ କିଲୋମିଟର ଯାତ୍ରା କରି ଷ୍ଟାଡିୟମରେ ପହଞ୍ଚିଲା ୧୫ ବର୍ଷର ବାଳକ

Published By : Prameya-News7 Bureau | September 27, 2024 IST

sportskeeda

ନୂଆଦିଲ୍ଲୀ: ନିଜ ପସନ୍ଦର ଖେଳାଳିଙ୍କ ଝଲକ୍ ଟିକେ ପାଇବା ପାଇଁ କ୍ରିକେଟ୍ ଫ୍ୟାନ୍ସ ଅନେକ କିଛି ଭିନ୍ନ କରିଥିବା ଶୁଣିଥିବେ ଏବଂ ଦେଖିଥିବେ । ସେଥିରୁ ପୁଣି ବିରାଟ କୋହଲିଙ୍କ ଫ୍ୟାନ୍ସ ତାଙ୍କୁ ଭେଟିବା ପାଇଁ କିଛି ବି କରିବାକୁ ପଛାନ୍ତି ନାହିଁ । ଏବେ ଉତ୍ତର ପ୍ରଦେଶରୁ କ୍ରିକେଟ୍ ପ୍ରେମୀଙ୍କ ଏହିପରି ଏକ ଖବର ସାମନାକୁ ଆସିଛି । ଉତ୍ତର ପ୍ରଦେଶ ଉନ୍ନାଓର ଜଣେ ୧୫ ବର୍ଷୀୟ ବାଳକ ନିଜ କ୍ରିକେଟ ହିରୋ ବିରାଟ କୋହଲିଙ୍କ ବ୍ୟାଟିଂ ଦେଖିବା ପାଇଁ ପାଇଁ ୫୮ କିଲୋମିଟର ସାଇକେଲ୍ ଚଲାଇ କାନପୁର ଆସିଛନ୍ତି । ଭାରତ ଏବଂ ବାଂଲାଦେଶ ମଧ୍ୟରେ କାନପୁରର ଗ୍ରୀନ୍ ପାର୍କ ଷ୍ଟାଡିୟମରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଖେଳାଯାଉଛି । ଏହି ମ୍ୟାଚ୍ ଦେଖିବା ପାଇଁ ଏକାକୀ ଉନ୍ନାଓରୁ କାନପୁରକୁ ସାଇକେଲ୍ ଚଲାଇ ଆସିବା ପରେ ବାଳକ ଭିଡିଓ ଏବେ ପୂରା ଭାଇରାଲ ହୋଇଛି ।

ନାବାଳକର କହିବା ଅନୁସାରେ ଉନ୍ନାଓକୁ କାନପୁର ୫୮ କିଲୋମିଟର ଯାତ୍ରା ପାଇଁ ତାଙ୍କୁ ୭ ଘଣ୍ଟା ସମୟ ଲାଗିଥିଲା । ସକାଳ ୪ଟାରୁ ଘରୁ ସାଇକେଲ ଧରି ବାହାରିଥିଲା ଏବଂ ପୂର୍ବହ୍ନା ୧୧ଟାରେ ଗ୍ରୀନ୍ ପାର୍କ ଷ୍ଟାଡ଼ିୟମ ନିକଟରେ ପହଞ୍ଚିଥିଲା ।

ଭାରତ ଏବଂ ବାଂଲାଦେଶ ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରେ ବର୍ଷା ଏବଂ ଖାରପ ଲାଇଟ୍ ଯୋଗୁଁ ମାତ୍ର ୩୫ ଓଭର ଖେଳ ହୋଇଛି । ଟସ୍ ଜିତି ଭାରତ ଭ୍ରମଣକାରୀ ଦଳ ବାଂଲାଦେଶକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଦିନ ଖେଳ ଶେଷ ସୁଦ୍ଧା ବାଂଲାଦେଶ ୩ ୱିକେଟ୍ ହରାଇ ୧୦୭ ରନ୍ କରିଛି । ଭାରତ ପାଇଁ ଆକାଶ ଦୀପ ଦୁଇଟି ଏବଂ ଅଶ୍ୱିନ ଗୋଟିଏ ୱିକେଟ୍ ନେଇଛନ୍ତି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.