ଅନ୍ଧବିଶ୍ବାସର ନଗ୍ନ ଚିତ୍ର: ଗୁଣି ସନ୍ଦେହରେ ଗାଁ ଲୋକଙ୍କ ଆକ୍ରମଣ, ଭୟରେ ଘର ଛାଡି ପୋଲିସର ଦ୍ବାରସ୍ଥ ହେଲେ ପୀଡ଼ିତ

Published By : Prameya-News7 Bureau | May 23, 2024 IST

ଗଜପତି ୨୩/୦୫: ଗୁଣି ସନ୍ଦେହରେ ଆକ୍ରମଣ କଲେ ଗାଁ ଲୋକ । ଭୟରେ ଘର ଛାଡିଲେ ଗୋଟିଏ ପରିବାର । ଥାନାର ଦ୍ବାରସ୍ଥ ହୋଇ ନ୍ୟାୟ ମାଗିଲେ ପୀଡିତ । ଗଜପତି ଜିଲ୍ଲା ଅଡବା ଥାନା ରାଜଖମା ଗାଁରେ ଅନ୍ଧବିଶ୍ବାସର ନଗ୍ନ ଚିତ୍ର ସାମ୍ନାକୁ ଆସିଛି । କିଛି ବର୍ଷ ହେବ ଗାଁର ସନ୍ୟାସୀ ଦଳପତିଙ୍କ ପରିବାର ଗୁଣି କରୁଥିବା ସନ୍ଦେହ କରୁଥିଲେ ଗାଁ ଲୋକ । କେହି ରୋଗରେ ପଡିଲେ ସନ୍ୟାସୀ ଗୁଣି କରୁଥିବା ନେଇ ମିଛ ଅଭିଯୋଗ କରୁଥିଲେ । 

ତେବେ ୧୭ ତାରିଖ ରାତି ପ୍ରାୟ ୮ଟା ସମୟରେ ଅଚାନକ ଗାଁର କିଛି ଲୋକ ଠେଙ୍ଗା ବାଡି ଧରି ସନ୍ୟାସୀଙ୍କ ଘର ଆଗରେ ପାଟିତୁଣ୍ଡ କରିଥିଲେ । ଏପରିକି ୮ ବର୍ଷର ଝିଅକୁ ମାରଧର କରିଥିଲେ । ଗାଁ ଲୋକଙ୍କ ଭୟରେ ସନ୍ୟାସୀ ପତ୍ନୀ ଓ ପିଲାଙ୍କୁ ଧରି ଘର ଛାଡିବା ସହ ନ୍ୟାୟ ପାଇଁ ପୋଲିସର ଦ୍ବାରସ୍ଥ ହୋଇଛନ୍ତି । ସନ୍ୟାସୀ କହିଛନ୍ତି ମୋ ପରିବାର ପ୍ରତି ବିପଦ ରହିଛି ଆମକୁ ନ୍ୟାୟ ଦିଅନ୍ତୁ । ଅଭିଯୋଗ ଆଧାରରେ ଅଡବା ଥାନା ଅଧିକାରୀ ଘଟଣାର ତଦନ୍ତ କରୁଛନ୍ତି । 

You Can Read: ଇଟା ଭାଟି ନିକଟରେ ପଡିଛି ମହିଳାଙ୍କ ମୃତଦେହ, ପରିଚୟ ଖୋଜୁଛି ପୋଲିସ

 

 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.