‘ବାଲାକୋଟ୍ ଭଳି କାର୍ଯ୍ୟାନୁଷ୍ଠାନ ନୁହେଁ, ପାକିସ୍ତାନ ବିରୋଧରେ ଫୁଲ୍ ଆଣ୍ଡ୍ ଫାଇନାଲ୍ ହିସାବ ଜରୁରୀ...’

Published By : Prameya-News7 Bureau | April 28, 2025 IST

ନୂଆଦିଲ୍ଲୀ: ପହଲଗାମ ବୈସରଣ ଭ୍ୟାଲି ଆତଙ୍କୀ ହମଲାକୁ ନେଇ କ୍ରୋଧରେ ଜଳୁଛି ସାରା ଦେଶ । ସବୁଠି ଶୋକର ମାହୋଲ । ଏହାରି ଭିତରେ ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାଶନାଲ କନଫ୍ରେନସର ମୁଖ୍ୟ ଫାରୁକ୍ ଅବ୍‌ଦୁଲା ପାକିସ୍ତାନକୁ କଡ଼ା ନିନ୍ଦା କରିଛନ୍ତି । ପଡ଼ୋଶୀ ଦେଶ ସହିତ କୌଣସି ଆଲୋଚନାର ପ୍ରଶ୍ନ ଉଠୁନାହିଁ ବୋଲି ସେ କହିଛନ୍ତି । କାରଣ ପାକିସ୍ତାନ ମାନବତ୍ବର ହତ୍ୟା କରିଛି । ଭାରତ ୧୯୪୭ରେ ହିଁ ଟୁ-ନେସନ ଥିଓରୀକୁ ଖାରଜ କରିଥିଲା ଏବଂ ଆଜି ସେମାନେ ଏହାକୁ ମାନିବାକୁ ପ୍ରସ୍ତୁତ ନୁହନ୍ତି । କାରଣ ଭାରତରେ ହିନ୍ଦୁ, ମୁସଲମାନ, ଶିଖ୍ ଓ ଇସାଇ ସବୁ ଏକ ହୋଇ ଚଳୁଛନ୍ତି ।

ଫାରୁକ୍ ଅବ୍‌ଦୁଲା କ’ଣ କହିଲେ?

ସାମାଚାର ଏଜେନ୍ସି ଏଏନଆଇକୁ ସାକ୍ଷତକାର ଦେଇ ନ୍ୟାଶନାଲ୍ କନଫ୍ରେନ୍ସର ମୁଖ୍ୟ କହିଛନ୍ତି, ଆମକୁ ଅବଶୋଷ ହେଉଛି କି, ଆମ ପଡୋଶୀ ଦେଶ ବୁଝିବାକୁ ପ୍ରସ୍ତୁତ ନୁହେଁ, ସେମାନେ ମାନବତ୍ବର ହତ୍ୟା କରିଛନ୍ତି । ଯଦି ସେ ଭାବୁଛନ୍ତି, ଏହି କାରଣରୁ ଆମେ ପାକିସ୍ତାନ ଚାଲିଯିବୁ, ତେବେ ତାଙ୍କର ଏହି ଭୁଲ ବୁଝାମଣା ଦୂର ହେବା ଉଚିତ୍ ।


ଟୁ-ନେସନ ଥିଓର କ’ଣ ଥିଲା ? 

ଫାରୁକ୍ ଅବ୍‌ଦୁଲା ଆହୁରି ମଧ୍ୟ କହିଛନ୍ତି, କାଶ୍ମୀରବାସୀ ୧୯୪୭ରେ ପାକିସ୍ତାନ ଗଲେ ନାହିଁ, ତେବେ ଏବେ କାହିଁକି ଯିବେ ? ସେତେବେଳେ ଟୁ-ସେସନ୍ ଥିଓରୀକୁ ପାଣିରେ ଫିଙ୍ଗି ଦେଇଥିଲୁ, ଆଜି ବି ଏହାକୁ ମାନିବାକୁ ପ୍ରସ୍ତୁତ ନାହୁଁ । ଭାରତରେ ହିନ୍ଦୁ, ମୁସଲମାନ, ଶିଖ୍ ଓ ଇସାଇ ସବୁ ଏକ । ପାକିସ୍ତାନରେ ବସିଥିବା ଆକ୍କା ମାନେ ଭାବୁଛନ୍ତି ଏହାକୁ ସେମାନେ ଦୁର୍ବଳ କରିଦେବେ । ମାତ୍ର ଏହା ଭାରତରେ ସମ୍ଭବ ନୁହେଁ ବୋଲି ଫାରୁକ ଅବ୍‌ଦୁଲା କହିଛନ୍ତି ।

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ଭାରତ ସହ ଆଲୋଚନା କଥା କହୁଛି, କ’ଣ ଏହା ଜରୁରୀ ? ଫାରୁକ୍ ଅବ୍‌ଦୁଲା କହିଛନ୍ତି, ସେ ସବୁବେଳେ ଆଲୋଚନାକୁ ପ୍ରାଥମିକତା ଦିଅନ୍ତି । ହେଲେ ଏ ପରିସ୍ଥିତିରେ ଏହା ସମ୍ଭବ ନୁହେଁ । ଯେଉଁ ନୀରିହ ଲୋକଙ୍କୁ ହତ୍ୟା କରାଯାଇଛି, ସେମାନଙ୍କ ପରିବାରକୁ କ’ଣ ଜବାବ ଦିଆଯିବ ? ପାକିସ୍ତାନ ସହିତ ଆଲୋଚନା କଲେ ସେମାନଙ୍କୁ କ’ଣ ନ୍ୟାୟ ମିଳିବ ? ଫାରୁକ୍ ଅବ୍‌ଦୁଲା କହିଛନ୍ତି, ଆଜି ଭାରତ ବାଲାକୋଟ ଚାହୁଁନାହିଁ । ଦେଶବାସୀ ସରକାରଙ୍କ ଠାରୁ ଏଭଳି କିଛି ଆକ୍ସନ ଚାହୁଁଛନ୍ତି କି ପାକିସ୍ତାନ ଦ୍ବିତୀୟ ଥର ଆତଙ୍କବାଦୀ ଘଟଣା ଘଟାଇବା ପୂର୍ବରୁ ପ୍ରଥମେ ଚିନ୍ତା କରିବ ।....

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.