ସାଟେଲାଇଟ ଟୋଲ୍ ସିଷ୍ଟମ ଲାଗୁ ହେବା ଖବର ଗୁଜବ, ଦେଶର ଜାରି ରହିବ ଫାସ୍‌ଟ୍ୟାଗ୍ ସିଷ୍ଟମ: ସଡ଼କ ପରିବହନ ମନ୍ତ୍ରଣାଳୟ

Published By : Prameya-News7 Bureau | April 18, 2025 IST

internet

ନୂଆଦିଲ୍ଲୀ: ମେ୧ରୁ ସାଟେଲାଇଟ ଟୋଲ ସିଷ୍ଟମ ଲାଗୁ ହେବା ଖବରକୁ ସମ୍ପୂର୍ଣ୍ଣ ଗୁଜବ। ଦେଶରେ ପୂର୍ବପରି ଫାସଟ୍ୟାଗ୍ ସିଷ୍ଟମ ଜାରି ରହିବ ବୋଲି ଶୁକ୍ରବାର କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରମାଳୟର ସୂଚନା ଦେଇଛି। ନ୍ୟାସ୍‌ନାଲ ହାଇୱେ ଅଥୋରିଟି ଫାସ୍‌ଟ୍ୟାଗ୍ ପରିବର୍ତ୍ତନ କରିବା ଭଳି କୌଣସି ନିଷ୍ପତ୍ତି ନେଇ ନାହିଁ। FASTag ଦେଶରେ ଟୋଲ୍ ଆଦାୟର ସରକାରୀ ପଦ୍ଧତି ହୋଇ ରହିବ ବୋଲି ମନ୍ତ୍ରଣାଳୟ କହିଛି।

ଏହା ପୂର୍ବରୁ ଦେଶରେ ଫାସଟ୍ୟାଗ୍ ବନ୍ଦ ହୋଇ ମେ ୧ରୁ ସାଟେଲାଇଟ୍ ଟୋଲ୍ ସିଷ୍ଟମ୍ ଲାଗୁ କରାଯିବ ବୋଲି ବିଭିନ୍ନ ମିଡିଆରେ ଖବର ପ୍ରକାଶ ପାଇଥିଲା। ଏନେଇ ମନ୍ତ୍ରଣାଳୟ କହିଛି ଯେ ଜାତୀୟ ରାଜପଥ ପ୍ରାଧିକରଣ (NHAI) ଏପରି କୌଣସି ନିଷ୍ପତ୍ତି ନେଇନାହିଁ। ସାଟେଲାଇଟ୍ ଟୋଲ୍ ସିଷ୍ଟମ୍ ବଦଳରେ, ସରକାର ଏକ ନୂଆ ବାଧାହୀନ ଟୋଲ୍ ସିଷ୍ଟମ୍(ବ୍ୟାରିୟରର ଲେସ୍ ଟୋଲ ସିଷ୍ଟିମର) ପରୀକ୍ଷଣ କରୁଛନ୍ତି। ଏଥିରେ, ଅଟୋମେଟିକ୍ ନମ୍ବର ପ୍ଲେଟ୍ ରେକଗ୍ନିସନ୍ (ANPR) କ୍ୟାମେରା ଏବଂ ଫାସଟ୍ୟାଗକୁ ମିଶାଇ ଗାଡ଼ିଗୁଡ଼ିକୁ ନ ଅଟକାଇ ସେମାନଙ୍କଠାରୁ ଟୋଲ୍ କଟାଯିବ। ଯାହା ଟ୍ରାଫିକ୍ ଜାମ୍ କମ କରିବା ସହିତ ସମୟ ବଞ୍ଚାଇବ।

ସ୍ୱୟଂଚାଳିତ ନମ୍ବର ପ୍ଲେଟ ଚିହ୍ନଟକରଣ(ଅଟୋମେଟି ନମ୍ବର ପ୍ଲେଟ୍ ରିକଗ୍ନିସନ ସିଷ୍ଟମ) ପ୍ରଣାଳୀର ପରୀକ୍ଷଣ ଚାଲିଛି
 ସରକାର ଦେଶର କିଛି ଟୋଲ୍ ପ୍ଲାଜାରେ ANPR (ଅଟୋମେଟିକ୍ ନମ୍ବର ପ୍ଲେଟ୍ ରେକଗ୍ନିସନ୍) ଏବଂ ଫାସଟ୍ୟାଗ୍‌କୁକୁ ମିଶାଇ ଏକ ବାଧାହୀନ ଟୋଲ୍ ସିଷ୍ଟମ୍ ତିଆରି କରିବାକୁ ପରୀକ୍ଷଣ କରୁଛନ୍ତି। ଏହି ବ୍ୟବସ୍ଥାରେ, ଡ୍ରାଇଭରମାନଙ୍କୁ ଟୋଲ୍ ପ୍ଲାଜାରେ ଅଟକିବାକୁ ପଡିବ ନାହିଁ। ହାଇ-ରିଜୋଲ୍ୟୁସନ୍ କ୍ୟାମେରା ଗାଡ଼ିର ନମ୍ବର ପ୍ଲେଟ୍ ସ୍କାନ କରିବ ଏବଂ ଫାସଟ୍ୟାଗରୁ ରୁ ଟଙ୍କା କଟାଯିବ। ଏନଏଚଏଆଇ ANPR-FASTag ସିଷ୍ଟମ ପାଇଁ ଟେଣ୍ଡର ଜାରି କରିଛି। ପରୀକ୍ଷଣ ସରିବା ପରେ, ସରକାର ଉପଭୋକ୍ତାଙ୍କ ମତାମତ ଏବଂ ସିଷ୍ଟମର କାର୍ଯ୍ୟଦକ୍ଷତା ଉପରେ ଆଧାର କରି ଏହାକୁ ସାରା ଦେଶରେ କାର୍ଯ୍ୟକାରୀ କରିବେ।

ଫାସ୍‌ଟ୍ୟାଗ୍ କ?
ଫାସ୍‌ଟ୍ୟାଗ୍ ହେଉଛି ଏକ ପ୍ରକାରର ଟ୍ୟାଗ୍ କିମ୍ବା ଷ୍ଟିକର। ଏହା ଗାଡିର ୱିଣ୍ଡସ୍କ୍ରିନରେ ଲଗାଯାଇଥାଏ। ଫାଷ୍ଟାଗ୍ ରେଡିଓ ଫ୍ରିକ୍ୱେନ୍ସି ଆଇଡେଣ୍ଟିଫିକେସନ୍ କିମ୍ବା RFID ଟେକ୍ନୋଲୋଜୀରେ କାମ କରେ। ଏହି ଟେକ୍ନୋଲୋଜୀ ମାଧ୍ୟମରେ, ଟୋଲ୍ ପ୍ଲାଜାରେ ସ୍ଥାପିତ କ୍ୟାମେରାଗୁଡ଼ିକ ଷ୍ଟିକରର ବାର କୋଡ୍ ସ୍କାନ କରନ୍ତି ଏବଂ ଟୋଲ୍ ଫି ଅଟୋମେଟିକ ଫାଷ୍ଟାଗ୍ ୱାଲେଟରୁ କଟିଯାଏ। ଫାଷ୍ଟାଗ୍ ବ୍ୟବହାର କରିବା ଦ୍ୱାରା, ଡ୍ରାଇଭରଙ୍କୁ ଟୋଲ୍ ଟ୍ୟାକ୍ସ ଦେବା ପାଇଁ ଅଟକିବାକୁ ପଡ଼ୁ ନାହିଁ। ଫଳରେ ଟୋଲ୍ ପ୍ଲାଜାରେ ଗାଡ଼ିକରୁ ଅଯଥା ଭିଡ଼ ଜମୁନାହିଁ କି ଅଯଥା ସମୟ ମଧ୍ୟ ନଷ୍ଟ ହେଉ ନାହିଁ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.