ନୂଆଦିଲ୍ଲୀ: ପୂର୍ବତନ କ୍ରିକେଟର ସଞ୍ଜୟ ବାଙ୍ଗରଙ୍କ ପୁଅ ହରମୋନ ରିପ୍ଲେସ୍ମେଣ୍ଟ ଥେରାପି କରି ଓ ସର୍ଜରି କରି ପୁଅରୁ ଝିଅ ହୋଇଛନ୍ତି। ତାଙ୍କ ନାଁ ଏବେ ଅନାୟା ବାଙ୍ଗର । ଏହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଅନାୟା ବାଙ୍ଗର ନିଜକୁ ଝିଅ ରୂପରେ ଅଧିକ ସୁରକ୍ଷିତ ମନେ କରୁଥିଲେ। ତେଣୁ ସେ ତାଙ୍କ ଲିଙ୍ଗ ପରିବର୍ତ୍ତନ କରିଛନ୍ତି। ହେଲେ ପୁଅରୁ ଝିଅ ହେବା ପରେ ତାଙ୍କ ପାଇଁ କ୍ରିକେଟ୍ ମନା ହୋଇଯାଇଛି। ଏକଥା ନିଜେ ଖୁଲାସା କରିଛନ୍ତି ଅନାୟା। ଖୋଦ୍ ତାଙ୍କ ବାପା ସଞ୍ଜୟ ବାଙ୍ଗର ତାଙ୍କୁ କ୍ରିକେଟ୍ ଖେଳିବାକୁ ମନା କରିଥିବା ଅନୟା କହିଛନ୍ତି।
ଲଲ୍ଲନଟପ୍କୁ ସାକ୍ଷାତ୍କାର ଦେଇ ଅନାୟା ତାଙ୍କ ଜୀବନର ଅନେକ କଥା ଉଜାଗର କରିଛନ୍ତି। କେମିତି ସେ ପୁଅରୁ ଝିଅ ହେଲେ? ସମାଜ ବିରୁଦ୍ଧରେ ଲଢ଼େଇ, ନିଜ ମନ ଓ ବାହ୍ୟ ଜଗତର କଟାକ୍ଷ ସହିତ ଲଢ଼େଇ କରୁଥିବା ସମୟରେ ଅନାୟାଙ୍କୁ କେମିତି ତାଙ୍କ ପ୍ରିୟ ଖେଳ ଛାଡିବାକୁ ପଡିଲା ସେ ବିଷୟରେ ଖୁଲାସା କରିଛନ୍ତି ଅନାୟା। ଇଣ୍ଟରଭ୍ୟୁ ଥିଲା ଏମିତି...
ଆଙ୍କର: "ତୁମେ କହିଲ ଯେ ତୁମ ବାପା ତୁମକୁ କ୍ରିକେଟ ଖେଳିବା ବନ୍ଦ କରିବାକୁ କହିଥିଲେ, କାରଣ ଏହି ଖେଳରେ ତୁମ ପାଇଁ ଆଉ କୌଣସି ସ୍ଥାନ ନାହିଁ।"
ଅନାୟା: ମୁଁ ଏହି ସାକ୍ଷାତକାରରେ ମୋ ବାପାଙ୍କ ବିଷୟରେ କଥା ହେବାକୁ ଚାହୁଁନାହିଁ।
ଆଙ୍କର:- ଭିଡିଓଟି ପବ୍ଲିକ୍ ଡୋମେନରେ ପୂର୍ବରୁ ଉପଲବ୍ଧ ଅଛି। ତୁମେ ନିଜେ ହିଁ ଏହା କହିଛ। ମୁଁ କେବଳ ଆପଣଙ୍କ କଥାକୁ ଦୋହରାଉଛି।
ଅନାୟା:- ହଁ, ମୁଁ ଏହି ଭିଡିଓ ବିଷୟରେ ଶୁଣିଛି। ସେ କେବଳ ସତ୍ୟ ହିଁ କହୁଥିଲେ ଯେ କ୍ରିକେଟରେ ମୋ ପାଇଁ କୌଣସି ସ୍ଥାନ ନାହିଁ। ମୋତେ ନିଜ ପାଇଁ ଏକ ପକ୍ଷ ରଖିବାକୁ ପଡିଲା। ମୋର ଆତ୍ମହତ୍ୟା କରିବାର ଚିନ୍ତାଧାରା ଆସିଥିଲା କାରଣ ମୋତେ ଲାଗୁଥିଲା ଯେ ସମଗ୍ର ବିଶ୍ୱ ମୋ ବିରୁଦ୍ଧରେ ଅଛି ଏବଂ ମୁଁ ଯେଉଁ ନିଷ୍ପତ୍ତି ନେଇଥିଲି (ମହିଳା ହେବା ପାଇଁ ହରମୋନ ଥେରାପି), ତାହା ଏବେ ଏହି ବ୍ୟବସ୍ଥାରେ ମୋର ସ୍ଥାନ ହରାଇଛି। ମୌଳିକ ସୁଯୋଗ ଏବଂ ଅଧିକାର ମଧ୍ୟ ଆଉ ମୋ ପାଇଁ ନାହିଁ।" ପାରିବାରିକ ଦୃଷ୍ଟିକୋଣରୁ ମୋ ପାଇଁ ଏବେ ବି ସ୍ଥାନ ଅଛି। କିନ୍ତୁ ସମାଜ, କ୍ରିକେଟ କିମ୍ବା ବାହ୍ୟ ଜଗତରେ ଏହା ନଥିଲା। ବୋଲି ଅନାୟା କହିଛନ୍ତି।