ହୋମ୍ ଗ୍ରାଉଣ୍ଡ୍‌ରେ ଆଣ୍ଠେଇଲା ପଞ୍ଜାବ କିଙ୍ଗସ୍; ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସାମ୍ନାରେ ୧୫୮ ଟାର୍ଗେଟ୍

Published By : Prameya-News7 Bureau | April 20, 2025 IST

ଚଣ୍ଡିଗଡ଼: ଆଇପିଏଲ ୨୦୨୫ ମହାସମର । ସୁପର ସନଡେ’ ପଞ୍ଜାବ କିଙ୍ଗସ୍ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟକ୍କର । ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ଟିମ୍ ୧୫୭ ରନ୍‌ ସଂଗ୍ରହ କରିଛି । ଫଳରେ ଆରସିବି ସାମ୍ନାରେ ୧୫୮ ରନ୍‌ର ଟାର୍ଗେଟ୍ ରହିଛି । ପଞ୍ଜାବ କିଙ୍ଗସ ପକ୍ଷରୁ ପ୍ରଭସିମରନ ସର୍ବାଧିକ ୩୩ ରନ୍ କରିଛନ୍ତି । ସେପଟେ ବେଙ୍ଗାଲୁରୁ ପକ୍ଷରୁ କୃଣାଲ ପାଣ୍ଡ୍ୟା ଏବଂ ସୁୟାଶ ଶର୍ମା ଦୁଇଟି ଲେଖାଏଁ ଓ୍ବିକେଟ୍ ନେଇଛନ୍ତି ।   

ଆଇପିଏଲରେ ୩୭ତମ ମୁକାବିଲା ଆରସିବି ଓ ପଞ୍ଜାବ କିଙ୍ଗସ ମଧ୍ୟରେ ଚାଲିଛି । ଏହି ମ୍ୟାଚ୍ ମହାରାଜା ୟାଦବୀରସିଂହ ଇଣ୍ଟର ନ୍ୟାସନାଲ୍ ଷ୍ଟାଡିୟମରେ ଖେଳାଯାଉଛି । ପ୍ରଥମ ବ୍ୟାଟିଂ କରି ପଞ୍ଜାବ କିଙ୍ଗସ ଆରସିବିକୁ ୧୫୮ରନ୍ ର ଟାର୍ଗେଟ୍ କରିଛି । ତେବେ ଖେଳ ଆରମ୍ଭରୁ ଦୁଇ ଓପନର ପ୍ରଭସିମରନ୍ ଓ ପ୍ରିୟାଂଶ ଆର୍ଯ୍ୟ ପ୍ରହାର ଆରମ୍ଭ କରିଥିଲେ । ପାଞ୍ଚମ ଓଭରରେ ଦଳ ୪୨ ରନ୍ କରିଥିଲା । ହେଲେ କୃଣାଲ ପାଣ୍ଡ୍ୟା ଘାତକ ବୋଲିଂ କରି ଆରସିବିକୁ ପ୍ରଥମ ବ୍ରେକ୍ ଦେଇଥିଲେ । ସେ ପ୍ରିୟାଂଶ ଆର୍ଯ୍ୟଙ୍କୁ ୨୨ ରନ୍‌ରେ ଆଉଟ୍ କରିଥିଲେ । ପରେ ପ୍ରଭସିମରନଙ୍କୁ ୩୩ ରନରେ ଶିକାର କରିନେଇଥିଲେ । ଏହାପରେ ପଞ୍ଜାବର ବ୍ୟାଟିଂ ଲାଇନ-ଅପ୍ ତାସ୍‌ର ଘର ପରି ଭୁଶୁଡ଼ି ପଡ଼ିଥିଲା । ଫଳରେ ନିର୍ଦ୍ଧାରିତ କୋଡିଏ ଓଭରରେ ଦଳ ୧୫୭ ରନ୍ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା । ପଞ୍ଜାବ କିଙ୍ଗସ ପକ୍ଷରୁ ପ୍ରଭସିମରନ ୩୩ ରନ୍ ଏବଂ ଶଶାଙ୍କ ସିଂହ ୩୧ ରନ କରିଛନ୍ତି । ସେପଟେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୧୫୮ ରନ୍ ଟାର୍ଗେଟକୁ ପିଛା କରି ବ୍ୟାଟିଂ ଜାରି ରଖିଛି ।... 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.