IPLରେ କୋହଲିଙ୍କ ଅଦ୍ଭୁତ କାରନାମା, ଭାଙ୍ଗିଲେ ଡେଭିଡ ଓ୍ଵାର୍ଣ୍ଣରଙ୍କ ରେକର୍ଡ

Published By : Prameya-News7 Bureau | April 20, 2025 IST

ମୁମ୍ବାଇ: ଆଇପିଏଲ୍ ୨୦୨୫ର ୩୭ତମ ମୁକାବିଲାରେ ବିରାଟ କୋହଲି ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରି ଇତିହାସ ରଚିଛନ୍ତି। କିଙ୍ଗ କୋହଲି ବିଶ୍ଵର ସବୁଠୁ ବଡ଼ ଏହି କ୍ରିକେଟ୍ ଲିଗ୍‌ରେ ସବୁଠୁ ଅଧିକ ୫୦ କିମ୍ବା ତଦୁର୍ଦ୍ଧ୍ଵ ରନ କରିବାର ବ୍ୟାଟର ପାଲଟିଛନ୍ତି। ଏହି ସଫଳତା ପାଇବାରେ କୋହଲି ଅଷ୍ଟ୍ରେଲିଆର ପୂର୍ବତନ ଖେଳାଳି ଡେଭିଡ ଓ୍ଵାର୍ଣ୍ଣରଙ୍କ ରେକର୍ଡ ଭାଙ୍ଗିଛନ୍ତି। ପଞ୍ଜାବ ବିପକ୍ଷରେ କୋହଲି ଏହି ଗୁରୁତ୍ଵପୂର୍ଣ୍ଣ ଅର୍ଦ୍ଧଶତକ ହାସଲ କରି ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। 

ବିରାଟ କୋହଲିଙ୍କ ଏହା ଆଇପିଏଲ୍‌ରେ ୬୭ତମ ୫୦ କିମ୍ବା ଅଧିକ ସ୍କୋର। ଏହା ପୂର୍ବରୁ ଡେଭିଡ ଓ୍ଵାର୍ଣ୍ଣର ୬୬ ଥର କରିଥିଲେ। ଏବେ କୋହଲି ଆଇପିଏଲ୍ ଇତିହାସରେ ସବୁଠୁ ଅଧିକ ଅର୍ଦ୍ଧଶତକ ହାସଲ କରିବାର ରେକର୍ଡ କରିଛନ୍ତି।

ଆଇପିଏଲ୍‌ ଇତିହାସରେ ସର୍ବାଧିକ ୫୦+ ସ୍କୋର ହାସଲ କରିଥିବା ବ୍ୟାଟର

ବିରାଟ କୋହଲି- ୬୭

ଡେଭିଡ ଓ୍ଵାର୍ଣ୍ଣର- ୬୬

ଶିଖର ଧାଓ୍ଵନ- ୫୩

ରୋହିତ ଶର୍ମା- ୪୫

କେଏଲ ରାହୁଲ- ୪୩ 

ବିରାଟ କୋହଲି ଆଇପିଏଲ୍ କ୍ୟାରିୟରରେ ୨୬୦ଟି ମ୍ୟାଚ୍ ଖେଳିଲେଣି। ଏଥିରେ ୫୯ ଅର୍ଦ୍ଧଶତକ ଓ ୮ ଶତକ ସାମିଲ। ବିରାଟଙ୍କ ନାମରେ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ରନ କରିବାର ରେକର୍ଡ ବି ରହିଛି। ଆଇପିଏଲ୍ ୨୦୨୫ରେ ବିରାଟ କୋହଲିଙ୍କ ରନଚେଜ୍‌ରେ ବି ରେକର୍ଡ ରହିଛି। କୋଲକାତା ନାଇଟ୍ ରାଇଡର୍ସ ଓ ରାଜସ୍ଥାନ ରୟାଲ୍ସ ପରେ ଏବେ ସେ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ବି ଅର୍ଦ୍ଧଶତକ ହାସଲ କରିଛନ୍ତି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.