ପର୍ଯ୍ୟଟକଙ୍କ ପାଇଁ ଦୁଃଖଦ ଖବର, ପ୍ରାଣୀଉଦ୍ୟାନରେ ଆଖିବୁଜିଲା ବାଘୁଣୀ ସ୍ନେହା !

Published By : Prameya-News7 Bureau | April 19, 2024 IST

ଭୁବନେଶ୍ୱର ୧୯/୦୪: ପ୍ରାଣୀଉଦ୍ୟାନ ନନ୍ଦନକାନନରେ ଅଘଟଣ । ବାଘୁଣୀ ସ୍ନେହାର ମୃତ୍ୟୁ । ୧୪ ବର୍ଷ ବୟସରେ ହୋଇଛି ମୃତ୍ୟୁ। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଗୁରୁବାର ଦେହ ଖରାପ ହେବାରୁ ଚାଲିଥିଲା ଚିକିତ୍ସା । ପୋଷ୍ଟମର୍ଟମ୍ ରିପୋର୍ଟ ପରେ ଜଣାପଡ଼ିବ ପ୍ରକୃତ ସତ କଣ । 

ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୩୩ନଂ ଫିଡ଼ିଂ ଚ୍ୟାମ୍ବରରେ ରହୁଥିବା ପ୍ରାୟ ୧୪ ବର୍ଷୀୟା ଧଳା ବାଘୁଣୀ ସ୍ନେହା ଗୁରୁତର ହୋଇପଡିଥିଲେ । ଓୟୁଏଟିର ପ୍ରଫେସରଙ୍କ ତତ୍ତ୍ୱାବଧାନରେ ପ୍ରାଣୀ ଚିକିତ୍ସକ ମାନେ ତା’ର ଚିକିତ୍ସା ଆରମ୍ଭ କରିଥିଲେ । ଗୁରୁବାର ତାକୁ ସାଲାଇନ ସହିତ ଭିଟାମିନ ଓ ଆଣ୍ଟିବାୟୋଟିକ ଦିଆଯାଇଥିଲା । ତା’ର ସ୍ୱାସ୍ଥ୍ୟ ଗୁରୁତର ଥିବାରୁ ତା’ଉପରେ ୨୪ ଘଣ୍ଟିଆ ନଜର ରଖାଯାଇଥିଲା । 

ବାଘୁଣୀ ସ୍ନେହା କିଛି ଦିନ ତଳେ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲା । ଧିରେ ଧିରେ ଖାଇବା କମାଇଦେଇଥିଲା । ପ୍ରାଣୀ ଚିକିତ୍ସକ ମାନେ ତା’ର ଚିକିତ୍ସା ଆରମ୍ଭ କରିଥିଲେ ମଧ୍ୟ ସ୍ୱାସ୍ଥ୍ୟର ଅବନତି ହେବାରୁ  ଓୟୁଏଟିର ସ୍ୱାସ୍ଥ୍ୟ କମିଟି ସହଯୋଗ ଲୋଡ଼ାଯାଇଥିଲା । ଏବେ ସତ ଚେଷ୍ଟା ପରେ ବି ବାଘୁଣୀକୁ ବଞ୍ଚାଇ ପାରିନାହାଁନ୍ତି ଚିକିତ୍ସକ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.