ସେପ୍ଟେମ୍ବରର ଆର୍ଥିକ କ୍ଷେତ୍ରରେ ହେବ ୫ ବଡ଼ ପରିବର୍ତ୍ତନ, ଆକାଉଣ୍ଟ ଉପରେ ପଡ଼ିବ କି’ ପ୍ରଭାବ ?

Published By : Prameya-News7 Bureau | September 01, 2023 IST

ନୂଆଦିଲ୍ଲୀ, ୦୧/୦୯: ସେପ୍ଟେମ୍ବର ଆର୍ଥିକ କ୍ଷେତ୍ରରେ ଅନେକ ପରିବର୍ତ୍ତନ ହୋଇଛି। ଏହି ସବୁ ପରିବର୍ତ୍ତନରୁ ଅନେକ ଲାଗୁ ହୋଇସାରିଥିବାବେଳେ, ଆଉ କିଛି ଆଗାମୀ ସମୟରେ ଲାଗୁହେବ । ତେବେ ଆସନ୍ତୁ ଏଭଳି ପାଞ୍ଚଟି ବଡ଼ ପରିବର୍ତ୍ତନ ବିଷୟରେ ଜାଣିବା, ଯାହାର ଆର୍ଥିକ କାରବାର ସହ ଜଡ଼ିତ। ଏହି ପରିବର୍ତ୍ତନ ମଧ୍ୟରେ ମାଗଣାରେ ଆଧାର ଅପଡେଟ୍‌ ଏବଂ ଆଧାର ପାନ୍‌ କାର୍ଡ ଲିଙ୍କ୍‌, ଆକ୍ସିସ୍‌ ବ୍ୟାଙ୍କ୍‌ କ୍ରେଡିଟ୍‌ କାର୍ଡର ନିୟମାବଳୀରେ ପରିବର୍ତ୍ତନ ଆଦି ରହିଛି।

ଆକ୍ସିସ ବ୍ୟାଙ୍କ୍‌ କ୍ରେଡିଟ୍‌ କାର୍ଡ ଗ୍ରାହକଙ୍କୁ ଦେବାକୁ ହେବ ଅଧିକ ଚାର୍ଜ:

ଆକ୍ସି ବ୍ୟାଙ୍କ୍‌ ମ୍ୟାଗ୍ନସ କ୍ରେଡିଟ୍ କାର୍ଡ ଗ୍ରାହକଙ୍କୁ ଏବେ ଅଧିକ ଦେୟ ଦେବାକୁ ହେବ। ବ୍ୟାଙ୍କ୍‌ ଏହି କ୍ରେଡିଟ୍‌ କାର୍ଡର ନିୟମାବଳୀରେ ପରିବର୍ତ୍ତନ କରିଛି। ଏଥିରେ ବଡ଼ ପରିବର୍ତ୍ତନ ହେଉଛି କାର୍ଡର ବାର୍ଷିକ ଚାର୍ଜ, ଯାହାକି ୧୦ ହଜାର+ ଜିଏସଟିରୁ ଏବେ ୧୨,୪୦୦+ ଜିଏସଟି ହୋଇଛି।

ଆହୁରି ପଢ଼ନ୍ତୁ: ସେପ୍ଟେମ୍ବରରେ ପୁରା ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ, ଏଠାରେ ଦେଖନ୍ତୁ ହଲିଡେ ଲିଷ୍ଟ

ସରୁଛି ମାଗଣା ଆଧାର କାର୍ଡ ଅପଡେଟ୍‌ ସୁବିଧା:

ଆଧାର କାର୍ଡ ପାଇଁ ମାଗଣାରେ ଅପଡେଟ୍‌ କରିବା ଅବଧି ମଧ୍ୟ ଚଳିତ ମାସରେ ଶେଷ ହେଉଛି । ୟୁଆଇଡିଆଇ, ମାଗଣାରେ ଆଧାର ଅପଡେଟ୍‌ କରିବାର ଶେଷ ତାରିଖକୁ ଜୁନ୍‌ ୧୪ରୁ ସେପ୍ଟେମ୍ବର ୧୪କୁ ବୃଦ୍ଧି କରିଥିଲା। ଏହି ସ୍କିମ୍‌ ଖାସ୍‌ କରି ସେମାନଙ୍କ ପାଇଁ ଲଞ୍ଚ କରାଯାଇଥିଲା ଯେଉଁ ଆଧାରକାର୍ଡଧାରୀ ସେମାନଙ୍କ ଆଧାରକାର୍ଡକୁ ୧୦ ବର୍ଷରୁ ଅଧିକ ସମୟ ଧରି ଅପଡେଟ୍ କରିନଥିଲେ।

୨ ହଜାର ଟଙ୍କିଆ ନୋଟ୍‌ ବଦଳାଇବା ଶେଷ ତାରିଖ ସେପ୍ଟେମ୍ବର ୩୦:

ଚଳିତ ବର୍ଷ ମେ ମାସରେ ୨୦୦୦ ଟଙ୍କିଆ ନୋଟ୍‌ ପ୍ରଚଳନରୁ ହଟାଇବାକୁ ଘୋଷଣା କରାଯାଇଥିଲା। ଆର୍‌ବିଆଇ ସାଧାରଣ ଲୋକଙ୍କୁ ଧାର୍ଯ୍ୟ ସମୟ ମଧ୍ୟରେ ନୋଟ୍ ଫେରାଇବାକୁ କିମ୍ବା ୨ ହଜାର ଟଙ୍କା ବଦଳାଇବାକୁ କହିଥିଲା। ଆଉ ଏହି ନୋଟ୍‌ ଫେରାଇବାର ଶେଷ ତାରିଖ ହେଉଛି ସେପ୍ଟେମ୍ବର ୩୦ ଅର୍ଥାତ୍‌ ଚଳିତ ମାସ । ନିକଟରେ ଆରବିଆଇ କହିଛି ଯେ, ଅଗଷ୍ଟ ୩୧ ସୁଦ୍ଧା ପ୍ରାୟ ୯୩ % ଦୁଇ ହଜାର ଟଙ୍କିଆ ନୋଟ୍‌ ଫେରିଛି

ଆହୁରି ପଢ଼ନ୍ତୁ: ପ୍ରଥମ ତ୍ରୈମାସିକର ଜିଡିପି ତଥ୍ୟ ପରେ ଏବେ Moody’s ଦେଲା ଖୁସିଖବର, ୨୦୨୩ରେ ୬.୭% ରହିପାରେ ଆର୍ଥିକ ବୃଦ୍ଧି ଦର

ପାନ୍‌ କାର୍ଡ ସହ ଆଧାର ଲିଙ୍କ୍‌ ସମୟ ମଧ୍ୟ ସରୁଛି:

ସେହିପରି ପାନ୍‌ ସହ ଆଧାର ଲିଙ୍କ୍‌ ପାଇଁ ମଧ୍ୟ ସେପ୍ଟେମ୍ବର ମାସ ଅନ୍ତିମ ମାସ ରହିଛି। ସେପ୍ଟେମ୍ବର ୩୦ ସୁଦ୍ଧା ପାନ୍‌ ଆଧାର ଲିଙ୍କ୍‌ ନକଲେ ପାନ୍ କାର୍ଡ ଫ୍ରିଜ୍‌ ହୋଇଯିବ।

ଶେଷ ହେଉଚି ଟ୍ରେଡିଂ ଏବଂ ଡିମତ୍‌ ଆକାଉଣ୍ଟର ନୋମିନେସନ ସୁବିଧା ଅବଧି:

ଅନ୍ୟ ଏକ ଜରୁରୀ ସୂଚନା ହେଉଛି, ଟ୍ରେଡିଂ ଏବଂ ଡିମତ୍‌ ଆକାଉଣ୍ଟର ନୋମିନେସନ ସୁବିଧା। ସେବି ମାର୍ଚ୍ଚରେ ଶେୟାର ହୋଲ୍ଡରଙ୍କ ପାଇଁ ନୋମିନେସନ ଅପ୍ସନର ସମକୁ ବୃଦ୍ଧି କରିଥିଲା ଏବଂ ଏହାକୁ ସେପ୍ଟେମ୍ବର ୩୦କୁ ଘୁଞ୍ଚାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.