ନୂଆଦିଲ୍ଲୀ: ଜାତିଭେଦ ନେଇ ପୁଣି ବଦନାମ ହେଲା ଭାରତ। ତାମିଲନାଡୁରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ପରୀକ୍ଷା ଦେବାକୁ ଯାଉଥିବା ଜଣେ ଦଳିତ ଛାତ୍ରକୁ କିଛି ଦୁର୍ବୃତ୍ତ ମାଡ଼ ମାରିବା ସହିତ ତା’ର ଆଙ୍ଗୁଳି କାଟି ଦେଇଛନ୍ତି। ତାମିଲନାଡୁର ତିରୁନେଲଭେଲି ଜିଲ୍ଲାରେ ଏଭଳି ଘଟଣା ଘଟିଛି।
ଆରିଆନାୟଗପୁରମର ଏକ ଇଟା ଭାଟିରେ ଜଣେ ଦିନ ମଜୁରିଆ ଭାବେ କାମ କରୁଥିବା ଥାଙ୍ଗା ଗଣେଷଙ୍କ ପୁଅ ଦେବେନ୍ଦ୍ର ଅଷ୍ଟମର ଶ୍ରେଣୀର ଛାତ୍ର। ସୋମବାର ସେ ପରୀକ୍ଷା ଦେବାକୁ ପାଲାୟମକୋତ୍ତାଇକରେ ଥିବା ସ୍କୁଲ୍କୁ ଯାଉଥିବା ବେଳେ ତାଙ୍କ ଉପରେ ଏହି ଆକ୍ରମଣ ହୋଇଥିଲା।
ରାସ୍ତା ମଝିରେ, ତିନି ଜଣ ଲୋକ ଏକ ଲେବଲ କ୍ରସିଂରେ ବସ୍କୁ ଅଟକାଇ ଦେବେନ୍ଦ୍ରଙ୍କୁ ବସ୍ରୁ ଟାଣି ଆଣିଥିଲେ ଏବଂ ତାଙ୍କ ବାମ ହାତର ଆଙ୍ଗୁଠି କାଟି ଦେଇଥିଲେ। ଏଥିସହିତ ତାଙ୍କ ବାପା ଥାଙ୍ଗା ଗଣେଶଙ୍କୁ ମଧ୍ୟ ସେମାନେ ଆକ୍ରମଣ କରିଥିବା ଜଣାପଡ଼ିଛି। ମାରପିଟ ବେଳେ ବସ୍ରେ ଥିବା ଅନ୍ୟ ଯାତ୍ରୀମାନେ ହସ୍ତକ୍ଷେପ କରିବାରୁ ଏହି ଗୁଣ୍ଡାମାନେ ସେଠାରୁ ଫେରାର ହୋଇ ଯାଇଥିଲେ।
ପଢନ୍ତୁ- ହୋଲିରେ ଅସୁବିଧା ହେଉଥିଲେ ପୁରୁଷମାନେ ତାରପୋଲିନ ହିଜାବ ପିନ୍ଧନ୍ତୁ: ମନ୍ତ୍ରୀଙ୍କ ବିବାଦୀୟ ବୟାନ
ଏହାପରେ ଦେବେନ୍ଦ୍ରନଙ୍କୁ ପ୍ରଥମେ ଶ୍ରୀବୈକୁଣ୍ଡମ ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା ଏବଂ ତା’ପରେ ତିରୁନେଲଭେଲି ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ସେଠାରେ ତାଙ୍କ ଆଙ୍ଗୁଠିଗୁଡ଼ିକୁ ପୁଣିଥରେ ଯୋଡ଼ିବା ଅସ୍ତ୍ରୋପଚାର କରାଯାଉଛି। ପୁଲିସ ଘଟଣାରେ ୩ ନାବଳକଙ୍କୁ ଅଟକ ରଖିଛି।
ଘଟମାରେ ଦେବେନ୍ଦ୍ରଙ୍କ ପରିବାର ଲୋକଙ୍କ କହିବା କଥା ହେଲା ଏକ କବ୍ବାଡ଼ି ଖେଳରେ ହୋଇଥିବା ପରାଜୟର ପ୍ରତିଶୋଧ ନେବାକୁ ଏହି ଆକ୍ରମଣ ହୋଇଥିଲା। ନିକଟରେ ଦେବେନ୍ଦ୍ର ଏକ କବାଡ଼ି ପ୍ରତିଯୋଗିତାରେ ହିନ୍ଦୁ ଧର୍ମର ଉଚ୍ଚଶ୍ରେଣୀର ଲୋକଙ୍କୁ ପରାସ୍ତା କରିଥିଲେ। ତାର ରାଗି ସୁଝାଇବାକୁ ଯାଇ ଏମାନେ ଏଭଳି ଆକ୍ରମଣ କରିଛନ୍ତି ବୋଲି ଦେବେନ୍ଦ୍ରଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ସେପଟେ ଦେବେନ୍ଦ୍ର ଜଣେ ଭଲ କବ୍ବାଡ଼ି ଖେଳାଳି ବୋଲି କୁହାଯାଉଛି।
ସମାନ ଅଭିଯୋଗ ଆଣି ଦେବେନ୍ଦ୍ରଙ୍କ ବାପା ଥାଙ୍ଗା ଗଣେଷ କହିଛନ୍ତି ଆମେ ଅନୁସୂଚିତ ଜାତିର। ଗିରଫ ହୋଇଥିବା ତିନି ଜଣ ଆର ଗାଁରେ ଥେବର ସମ୍ପ୍ରଦାୟର ବୋଲି ସେ କହିଛନ୍ତି।। ସେପଟେ ଦେବେନ୍ଦ୍ରଙ୍କ ମାମୁ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି।