ବାହାନଗା ରେଳ ଦୁର୍ଘଟଣାରେ ଥାନାରେ ଏତଲା, ରେଲଓ୍ଵେକୁ କରାଗଲା ଦାୟୀ

Published By : Prameya-News7 Bureau | June 05, 2023 IST

ବାଲେଶ୍ଵର: ବାହାନଗା ରେଳ ଦୁର୍ଘଟଣା ନେଇ ସୋମବାର ଥାନାରେ ଏତଲା ହୋଇଛି। ବାଲେଶ୍ୱର ଜିଆରପି ଥାନାରେ ଏତଲା ପରେ ମାମଲା ରୁଜୁ ହୋଇଛି।  ବାଲେଶ୍ୱର ଜିଆରପି ଥାନାର ଏସ୍‌ଆଇ ପପୁ ନାୟକଙ୍କ ପକ୍ଷରୁ ଏତଲା ଦିଆଯାଇଛି। ରେଲୱେର ଦାୟିତ୍ୱହୀନତା ପାଇଁ ଦୁର୍ଘଟଣା ଘଟିଥିବା ଏତଲାରେ ଉଲ୍ଲେଖ। ଏତଲା ଆଧାରରେ ବାଲେଶ୍ଵର ଜିଆରପି ଥାନାରେ ଆଇପିସି ଦଫା ୩୩୭, ୩୩୮, ୩୦୪ କ, ୩୪ରେ ମାମଲା ରୁଜୁ ହୋଇଛି। ଏଥିସହ ରେଲଓ୍ଵେ ଆକ୍ଟ ୧୫୩, ୧୫୪ ଏବଂ ୧୭୫ ଅନୁସାରେ ମାମଲା ରୁଜୁ ହୋଇଛି। ମାମଲାର ତଦନ୍ତ ଦାୟିତ୍ଵ ଡିଏସ୍‌ପି ରଞ୍ଜିତ ନାୟକଙ୍କୁ ଦିଆଯାଇଛି।  

{"id":798723,"sizeSlug":"full","linkDestination":"none"}

କରମଣ୍ଡଳ ଏକ୍ସପ୍ରେସର ଲୋକୋ ପାଇଲଟ୍ ଗୁଣନିଧି ମହାନ୍ତି, ଆସିଷ୍ଟାଣ୍ଟ ଲୋକୋ ପାଇଲଟ୍ ହଜାରୀ ବେହେରାଙ୍କ ବୟାନ ରେକର୍ଡ ହୋଇଛି। ଉଭୟ ଏମ୍ସରେ ଚିକିତ୍ସାଧୀନ ଅଛନ୍ତି । ତେବେ ସୂଚନା ଅନୁସାରେ କରମଣ୍ଡଳକୁ ଗ୍ରୀନ ସିଗନାଲ ଥିଲା ତେଣୁ ଟ୍ରେନ ଲୁପ ଲାଇନରେ ଯାଇଥିଲା ଯେଉଁ ଟ୍ରାକରେ ପୂର୍ବରୁ ଠିଆ ହୋଇଥିଲା ଲୁହାପଥର ବୋଝେଇ ମାଲଗାଡ଼ି। ତେଣୁ ତ୍ରୁଟି କେଉଁଠି ହେଲା? ସେହିପରି ବାହନଗା ଷ୍ଟେସନ ମାଷ୍ଟରଙ୍କ ବୟାନ ରେକର୍ଡ ହୋଇଛି।

ଏହା ପୂର୍ବରୁ ଗତକାଲି ଘଟଣାର ସିବିଆଇ ତଦନ୍ତ ସୁପାରିସ କରିଛି ରେଲଓ୍ଵେ ବୋର୍ଡ। ରବିବାର ଭୁବନେଶ୍ଵରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଖୋଦ୍ ଏହାର ସୂଚନା ଦେଇଥିଲେ ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ। କେଉଁ ପରିସ୍ଥିତିରେ ଘଟଣା ଘଟିଲା, କେଉଁମାନେ ଦାୟୀ ଏହାର ତଦନ୍ତ ହେବ। ରେଳ ମନ୍ତ୍ରୀ କହିଛନ୍ତି, ସବୁ କିଛି ଦୃଷ୍ଟିରେ ରଖି ଏ ପର୍ଯ୍ୟନ୍ତ ଯାହା କିଛି ପ୍ରଶାସନିକ ସୂଚନା ମିଳିଛି ସେହି ଆଧାରରେ ଆଗାମୀ ତଦନ୍ତ ପାଇଁ ରେଲଓ୍ଵେ ବୋର୍ଡ ସିବିଆଇ ତଦନ୍ତ ସୁପାରିସ କରିଛି। ଉଲ୍ଲେଖନୀୟ ଶୁକ୍ରବାର ସନ୍ଧ୍ୟାରେ ଘଟିଥିବା ଏହି ହୃଦୟ ବିଦାରକ ଟ୍ରେନ ଦୁର୍ଘଟଣାରେ ୨୭୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦୦ରୁ ଉର୍ଦ୍ଧ୍ଵ ଆହତ ହୋଇଛନ୍ତି।

India Train Crash: More Than 260 Dead and 900 Injured in Odisha - The New  York Times

ସଦ୍ୟତମ ସୂଚନା ଅନୁଯାୟୀ, ଦୀର୍ଘ ୫୧ ଘଣ୍ଟାର ମରାମତି କାମ ସରିବା ପରେ ଗତକାଲିଠୁ ଏ ପର୍ଯ୍ୟନ୍ତ ଦୁର୍ଘଟଣାଗ୍ରସ୍ତ ରୁଟ୍‌ରେ ୫୦ରୁ ଅଧିକ ଟ୍ରେନ ଯାତାୟତ କଲାଣି। ବାହାନଗା ଟ୍ରେନ ଦୁର୍ଘଟଣା ପରେ ଟ୍ରେନ ଚଳାଚଳ ସ୍ଵାଭାବିକ ଅବସ୍ଥାକୁ ଫେରିବାରେ ଲାଗିଛି। ଅନ୍ୟପଟେ ୨୭୫ ମୃତକଙ୍କ ମଧ୍ୟରୁ ୧୭୦ଜଣଙ୍କ ଚିହ୍ନଟ ପ୍ରକ୍ରିୟା ସରି ସାରିଛି। ଆଜି ଭୁବନେଶ୍ଵରରେ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ, ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଏବଂ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ଥିତିର ସମୀକ୍ଷା କରିଛନ୍ତି।

wp:heading {"level":4}

ଏ ଖବର ପଢନ୍ତୁ- ବାହାନଗା ଟ୍ରାଜେଡ଼ି: ମୃତଦେହ ରଖିବା ପାଇଁ ଆସିଲା ୫ କଣ୍ଟେନର, ୨ ମାସ ଯାଏ ସଂରକ୍ଷିତ ରହିବ ଶବ

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.