ଆଲର୍ଟରେ ମତ୍ସ୍ୟ ବିଭାଗ, ସମୁଦ୍ରକୁ ନଯିବାକୁ ଡାକବାଜିରେ ସଚେତନତା

Published By : Prameya-News7 Bureau | October 22, 2024 IST

ବାସୁଦେବପୁର ୨୨/୧୦: ଆସୁଛି ବାତ୍ୟା ଦାନା । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସୁଦୃଶ୍ୟ ଲଘୁଚାପ ସକାଳେ ଅବପାତରେ ପରିଣତ ହୋଇଛି। ଆସନ୍ତାକାଲି ଏହାର ବାତ୍ୟାର ରୂପ ନେବ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। 

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ବଙ୍ଗୋପସାଗରରେ ସକ୍ରିୟ ୱେଲ୍ ମାର୍କଡ ଲୋପ୍ରେସରଟି ଆଜି ଡିପ୍ରେସନରେ ପରିଣତ ହୋଇଛି। ଏହା ଏବେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ରହିଛି। 

ଅବପାତଟି ପାରାଦୀପ ଉପକୂଳରୁ ୭୩୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଥିବା ବେଳେ ଦକ୍ଷିଣପୂର୍ବ, ପଶ୍ଚିମବଙ୍ଗ ସାଗର ଦ୍ୱୀପରୁ ୭୭୯ କିଲୋମିଟର ଦୂରରେ ଦକ୍ଷିଁଣ-ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀଭୂତ ରହିଛି। ଏହା ଧୀରେ ଧୀରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଅଧିକ ଘନୀଭୂତ ହେବ।


ଆଉ ଏହି ବାତ୍ୟା ଭଦ୍ରକ ଜିଲ୍ଲାରେ ଲ୍ୟାଣ୍ଡିଂ କରିବା ସମ୍ଭାବନାକୁ ନେଇ ବାସୁଦେବପୁର ପ୍ରଶାସନର ତତ୍ପରତା ନଥିବା ବେଳେ ମତ୍ସ୍ୟ ବିଭାଗ ପକ୍ଷରୁ ତତ୍ପରତା ଦେଖାଦେଇଛି । ଆଜି ମତ୍ସ୍ୟ ବିଭାଗ ତରଫରୁ ଡକାଵାଜି ଯନ୍ତ୍ର ସାହାଯ୍ୟରେ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରିଛନ୍ତି । 

ଏଥିସହିତ ମତ୍ସ୍ୟଜୀବୀମାନଙ୍କୁ ବାତ୍ୟା ଆସିଲେ ସୁରକ୍ଷିତ ସ୍ଥାନକୁ ଚାଲିଆସିବାକୁ ପ୍ରଚାର କରିଛନ୍ତି । ଅନ୍ୟପଟେ ବାସୁଦେବପୁର ସମୁଦ୍ର ଉପକୂଳ ବର୍ତ୍ତୀ ଅଂଚଳରେ ଥିବା ବାତ୍ୟା ଆଶ୍ରୟ ସ୍ଥଳୀ ଗୁଳିକ ସୁରକ୍ଷିତ ନଥିବା ବେଳେ ପ୍ରଶାସନ ତରଫରୁ କୌଣସି ତତ୍ପରତା ଦେଖାଦେଇନାହିଁ। ଅନ୍ୟପଟେ ବୋଟ ମାଲିକ ମାନେ ବୋଟକୁ କୂଳରେ ବନ୍ଧାବନ୍ଧି କରୁଥିବା ଦେଖିବାକୁ ମିଳିଛି। 


  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.