ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ନନ୍ଦନକାନନରେ ପୂର୍ବ ପ୍ରସ୍ତୁତି, ଉଦ୍ଧାର କାର୍ଯ୍ୟ ପାଇଁ ଟିମ୍ ଗଠନ

Published By : Prameya-News7 Bureau | October 22, 2024 IST

ଭୁବନେଶ୍ବର ୨୨।୧୦: ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ  ରଖି ନନ୍ଦନକାନନର ଉଭୟ ଉଦ୍ୟାନରେ ପୂର୍ବ ପ୍ରସ୍ତୁତି ଆରମ୍ଭ  ହୋଇଛି । ଉଦ୍ଧାର କାର୍ଯ୍ୟ ପାଇଁ ଟିମ୍ ତିଆରି କରାଯାଇଛି । ସମସ୍ତ କର୍ମଚାରୀ ମାନଙ୍କୁ ସେହି ଟିମ୍‌ରେ ବିଭିନ୍ନ କାର୍ଯ୍ୟ ବଣ୍ଟାଯାଇଛି । ବାତ୍ୟା ସମୟରେ ନନ୍ଦନକାନନ ମୁଖ୍ୟ ପାଚେରୀ ଭାଙ୍ଗିବାର ସମ୍ଭାବନା ରହିଥିବାରୁ ଜନ୍ତୁ ମାନେ ଯେପରି ବାହାରକୁ  ନବାହାରି ପାରିବେ ସେଥିପାଇଁ ମୁଖ୍ୟ ପାଚେରୀ ଉପରେ ଏକ  ଟିମ୍‌ ବାତ୍ୟା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ନଜର ରଖିବେ । ଉଦ୍ୟାନ  ଭିତର ରାସ୍ତା ଓ ଖୁଆଡ଼ ଉପରେ ଗଛ ପଡ଼ିଲେ ତାକୁ ଉଠାଇବା ବ୍ୟବସ୍ଥା କରାଯିବ । ଏକ ପାଟ୍ରୋଲିଂ ଟିମ୍‌ ସବୁ ସ୍ଥାନ ବୁଲିବ । ବିପଦପୂର୍ଣ୍ଣ ଭାବରେ ଥିବା ଗଛ, ଟିଣ ଓ ଅଦରକାରୀ ପଦାର୍ଥ ମାନଙ୍କୁ ସ୍ଥାନାନ୍ତର କରାଯିବ । ହରିଣ, କୁଜି ହରିଣ, ସମ୍ବର, କୃଷ୍ଣସାର  ମୃଗ ଇତ୍ୟାଦି ତୃଣଭୋଜି ପ୍ରାଣୀଙ୍କୁ ଛାଡ଼ିଦେଲେ ବାତ୍ୟା ପୂର୍ବରୁ ଅନ୍ୟ ଖୁଆଡ଼ରେ ରହୁଥିବା ଜନ୍ତୁ ମାନଙ୍କୁ ଫିଡ଼ିଂ ଚ୍ୟାମ୍ବରରେ  ରଖାଯିବ । ଆକ୍ବାରିୟମ ଓ ଅନ୍ଧାରୀ ଘରେ ଥିବା ଜେନେରେଟର  ମାନଙ୍କରେ ତେଲ ମହଜୁଦ ରହିବ । ପକ୍ଷୀ ଖୁଆଡ଼ରେ ରହୁଥିବା  ଚଢ଼େଇ ମାନଙ୍କୁ ସୁରକ୍ଷିତ କରାଯିବ । ଚଡ଼େଇ ଖୁଆଡ଼ ଚାରିକଡ଼କୁ ଜରି ପାଲରେ ଆବଦ୍ଧ କରାଯିବ ।

You Can Read:

ପର୍ଯ୍ୟାପ୍ତ ପରିମାଣରେ ଖାଦ୍ୟ ସାମଗ୍ରୀ ମହଜୁଦ ଅଛି, ଅଯଥା ଭୟଭୀତ ନହେବାକୁ ଯୋଗାଣ ମନ୍ତ୍ରୀଙ୍କ ଅପିଲ୍

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.