ବୈତରଣୀ ମୁହାଣରେ ବୁଡିଲା ମାଛଧରା ଡଙ୍ଗା, ବୋଟରେ ଥିଲେ ୬ ଜଣ

Published By : Prameya-News7 Bureau | October 22, 2024 IST

ଭଦ୍ରକ ୨୨।୧୦ : ଭଦ୍ରକ ଧାମରାଇ ମନ୍ଦିର ନିକଟ ବୈତରଣୀ ମୁହାଣରେ ଅଘଟଣ ।ମାଛଧରା ବେଳେ ବୁଡିଗଲା ବୋଟ୍‌ । ଯାହାଫଳରେ ବୋଟ୍‌ରେ ଥିବା ୬ ଜଣ ପାଣିରେ ବୁଡିଯାଇଥିଲେ । ସମସ୍ତଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି ।

ଖବର ଅନୁଯାୟୀ, ମଙ୍ଗଳବାର ସକାଳୁ ସକାଳୁ ୬ଜଣ ଏକ ବୋଟ୍‌ ଯୋଗେ ମାଛ ଧରିବାକୁ ମନ୍ତେଇ ନଦୀକୁ ଯାଇଥିଲେ । ଏହି ସମୟରେ ହଠାତ୍‌ ମଝି ନଦୀରେ ମାଛଧରା ବୋଟଟି ବୁଡିଯାଇଥିଲା । ଯାହାଫଳରେ ଡଙ୍ଗାରେ ଥିବା ୬ ଜଣ ପାଣିରେ ବୁଡିଯାଇଥିଲେ । ତେବେ ବୋଟ୍‌ଟି ପାଣିରେ ବୁଡିବା ଦେଖି ତୁରନ୍ତ ସ୍ଥାନୀୟଲୋକ ଓ ଉଦ୍ଧାରକାରୀ ଦଳ ବୁଡିଯାଉଥିବା ଲୋକଙ୍କୁ ଉଦ୍ଧାର କରିଥିଲେ । ଏହାପରେ ସୁରକ୍ଷିତ ଭାବେ ସମସ୍ତଙ୍କୁ କୂଳକୁ ଅଣାଯାଇଥିଲା ।ସମସ୍ତେ ସୁରକ୍ଷିତ ଥିବା ସୂଚନା ମିଳିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.