ବିଦାୟ ନେଲେ ଟୋକା ଗଣେଶ, ୧୭ ପ୍ଲାଟୁନ୍ ଫୋର୍ସ ମୁତୟନ

Published By : Prameya-News7 Bureau | October 09, 2024 IST

ଭଦ୍ରକ ୦୯।୧୦ : ଭଦ୍ରକ ଜିଲ୍ଲାରେ ଆରମ୍ଭ ହୋଇଛି ଭଷାଣୀ ପର୍ବ। ପ୍ରଥମ ଦିନରେ ବାବା ବୁଢା ଗଣେଶଙ୍କ ଭଷାଣୀ ହୋଇଥିବା ବେଳେ ଦ୍ଵିତୀୟ ଦିନରେ ବାବା ପିଲା ଗଣେଶଙ୍କର ବିସର୍ଜନ ଶୋଭାଯାତ୍ରା ଓ ତୃତୀୟ ଦିନରେ ବାବା ଟୋକା ଗଣେଶଙ୍କର ବିସର୍ଜନ ହୋଇଛି । ପୁରୁଣା ବଜାର ସ୍ଥିତ ମଣ୍ଡପରୁ କଳସ ବିସର୍ଜନ କରାଯାଇଥିଲା । ପରେ ବାବାଙ୍କୁ ବିସର୍ଜନ ପାଇଁ ଶୋଭାଯାତ୍ରା ରେ ନିଆଯାଇଛି। 

୧୯୭୦ ମସିହାରୁ ଆରମ୍ଭ ହୋଇଥିଲା ଏହି ପୂଜା। ମାସାଧିକ କାଳ ମଣ୍ଡପରେ ପୂଜା ପାଇବା ପରେ ବାବା ଟୋକା ଗଣେଶଙ୍କୁ ମେଲାଣି ଦିଆଯାଇଛି। ଏହି ଭଷାଣୀରେ ଜିଲ୍ଲା ବାହାର ଓ ରାଜ୍ୟ ବାହାରରୁ ବିଭିନ୍ନ ସାଂସ୍କୃତିକ ଦଳ ଭାଗ ନେଇଛନ୍ତି। ତେବେ ବାବା ଟୋକା ଗଣେଶଙ୍କ ବିସର୍ଜନ ବେଳେ ସୁରକ୍ଷା ବ୍ୟବସ୍ଥା କଡାକଡି ହେବା ସହ ଶୃଙ୍ଖଳିତ ବିସର୍ଜନ ପାଇଁ ୧୭ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ ହୋଇଛନ୍ତି । ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ସାଂସ୍କୃତିକ ଅନୁଷ୍ଠାନ ଶୋଭାଯାତ୍ରାରେ ସାମିଲ ହୋଇ କଳା ପ୍ରଦର୍ଶନ କରିଛନ୍ତି । ବିସର୍ଜନ ଶୋଭାଯାତ୍ରାରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ବାବା ଟୋକା ଗଣେଶ ଙ୍କ ଦର୍ଶନ ପାଇଁ ଭିଡ ଜମାଇଛନ୍ତି । କାଞ୍ଚନ ଗଣେଶଙ୍କ ବିସର୍ଜନ ଶୋଭାଯାତ୍ରା କୁଆଁଶ ରୁ ଆରମ୍ଭ ହେବ। ଏଥି ପାଇଁ ମଧ୍ୟ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.