ଭଦ୍ରକରେ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିନ ପାଳନ, ଯୋଗଦେଲେ ବହୁ ସଂଖ୍ୟକ ସମର୍ଥକ

Published By : Prameya-News7 Bureau | October 16, 2024 IST

ଭଦ୍ରକ ୧୬।୧୦ : ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ୭୮ ତମ ଜନ୍ମ ଦିବସ । ଭଦ୍ରକ ନିର୍ବାଚନ ମଣ୍ଡଳୀ ତରଫରୁ ଭଦ୍ରକ ସହରରେ ବିଜୁ ପଟ୍ଟନାୟକ କଲ୍ୟାଣ୍ଡ ମଣ୍ଡପ ଠାରେ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିନ ପାଳ କରାଯାଇଛି । 

ଏହି ଅବସରରେ ବିଜେଡିର ବରିଷ୍ଠ ନେତା ପ୍ରଫୁଲ ସାମଲ, ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକ, ପୌରାଧକ୍ଷ୍ୟା ଗୁଲମକୀ ହବିବିଙ୍କ ସମେତ ବହୁ ନେତା ଯୋଗ ଦେଇଛନ୍ତି । ଏକ ସାଧାରଣ ସଭା ପରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ଯେଉଁଥିରେ ବିଜୁ ଜନତା ଦଳର ନେତା, କର୍ମୀଙ୍କ ସହ ବହୁ ବିଜୁ ପ୍ରେମୀ ଏବଂ ନବୀନ ସମର୍ଥକମାନେ ରକ୍ତଦାନ କରିଛନ୍ତି । ଏହି ଅବସରରେ ବରିଷ୍ଠ ନେତା ପ୍ରପୁଲ୍ଲ ସାମଲ କହିଥିଲେ ଯେ, ନବୀନ ବାବୁଙ୍କ ପ୍ରତି ସାଧାରଣ ଲୋକଙ୍କର ଭଲ ପାଇବା ରହିଛି । ନବୀନଙ୍କ ଜନ୍ମ ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ନିଜ ଆଡୁ ଆସି ଲୋକ ସାମିଲ ହେଉଛନ୍ତି । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.