୧୨ ଦିନ ପରେ କଟକଣା କୋହଳ, ଧାମନଗର-ଦୋବାଲରୁ ହଟିଲା ୧୬୩ ଧାରା

Published By : Prameya-News7 Bureau | October 09, 2024 IST

ଭଦ୍ରକ ୦୯।୧୦ : ହଟିଲା ୧୬୩ ଧାରା । ୧୨ ଦିନ ପରେ ଭଦ୍ରକର କିଛି ଅଞ୍ଚଳରୁ ହଟିଛି ୧୬୩ ଧାରା । ୯ ତାରିଖ ସକାଳ ୮ରୁ ୧୬୩ ଧାରା ହଟିଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଯାହାଫଳରେ ସ୍ଥାନୀୟ ଲୋକଙ୍କ ମିଳିଛି ଆଶ୍ୱସ୍ତି ।

ଖବର ଅନୁଯାୟୀ, ଭଦ୍ରକରେ  ସୋସିଆଲ୍‌ ମିଡିଆରେ ବିବାଦୀୟ ଫେସବୁକ୍ ପୋଷ୍ଟ ନେଉ ଦେଖାଦେଇଥିଲା ଉତ୍ତେଜନା । ଏପିରିକି ସ୍ଥାନରେ ଟେନ୍‌ସନ୍‌ ବି ଦେଖାଯାଇଥିଲା। ଯାହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଗତ ୨୭ ତାରିଖରେ ୧୬୩ ଧାରା ଲଗାଯାଇଥିଲା । ଏହାସହ କିଛି ଅଞ୍ଚଳରେ ଇଣ୍ଟରନେଟ୍‌ ସେବାର କଟକଣା ଲଗାଯାଇଥିଲା । ପରବର୍ତ୍ତୀ ସମୟରେ ଯେତେବେଳେ ପରିସ୍ଥିତିରେ ସୁଧାର ଆସିଥିଲା , ସେତେବେଳେ ଇଣ୍ଟରନେଟ୍‌ ସେବା ଉପରେ ଲାଗିଥିବା କଟକଣାକୁ ହଟାଯାଇଥିଲା । ଆଉ ଏବେ ଦୀର୍ଘ ୧୩ ଦିନ ପରେ ଧାମନଗର ଓ ଦୋବାଲ ଅଞ୍ଚଲରେ ଲାଗିରହିଥିବା ୧୬୩ ଧାରାକୁ ହଟାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି । ଯେଉଁଥିରେ ୯ ତାରିଖ ସକାଳ ୮ରୁ ଅଞ୍ଚଳରେ ଲାଗିଥିବା ୧୬୩ ଧାରାକୁ ହଟାଯାଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.