ଘରୋଇ କଳିରୁ ଅଭାବନୀୟ କାଣ୍ଡ, ଭାଇବୋହୂକୁ ହାଣିଲା ଦେଢଶୁର

Published By : Prameya-News7 Bureau | October 21, 2024 IST

ଭଦ୍ରକ୨୧/୧୦: ଘରୋଇ କଳିରୁ ଅଭାବନୀୟ କାଣ୍ଡ । ଦେଢଶୁର ମାଡରେ ଭାଇବୋହୂ ଆହତ । ନ୍ୟାୟ ପାଇଁ ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ପୀଡିତା । ଭଦ୍ରକ ପୀରହାଟ ଥାନା ନୂଆସାହି ଗାଁରେ ମହିଳାଙ୍କୁ ଦେଢଶୁର ଓ ସଂପର୍କୀୟ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ସ୍ବାମୀ ବାହାରେ ରହୁଥିବାର ସୁଯୋଗ ନେଇ ତାଙ୍କ ଉପରେ ମାରଣାସ୍ତ୍ରରେ ଆକ୍ରମଣ ହୋଇଥିବା ସେ କହିଛନ୍ତି । ଗୁରୁତର ଅବସ୍ଥାର ଭଦ୍ରକ ମେଡିକାଲରେ ଚିକିତ୍ସାଧୀନ ଥିଲେ ସେ । ସୁସ୍ଥ ହୋଇ ଘରକୁ ଫେରିବା ପରେ ଆକ୍ରମଣ ସଂପର୍କରେ ପୀରହାଟ ଥାନାରେ ଏତଲା ଦେଇଥିଲେ । ତେବେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବାରୁ ଏସ୍‌ପିଙ୍କୁ ଭେଟି ନ୍ୟାୟ ମାଗିଛନ୍ତି ପୀଡିତା । ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି ହୋଇଛି । 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.