ଦରକାର ବେଳେ ପୂରା ନୁହେଁ ଅଧା ଜମି ବିକିପାରିବେ,ବିଭାଗ ସହ ଆଲୋଚନା ପରେ ନିଷ୍ପତ୍ତି

Published By : Prameya-News7 Bureau | October 14, 2024 IST

ସମ୍ବଲପୁର ୧୪/ ୧୦: ରାଜ୍ୟରେ ରେରା ଆଇନରେ ହେବ ବଡ ପରିବର୍ତ୍ତନ । ବିଭାଗ ସହ ଆଲୋଚନା ପରେ ନିଆଯିବ ନିଷ୍ପତ୍ତି । ଅସୁବିଧା ସମୟରେ ସମସ୍ତ ଜମି ବିକ୍ରି କରିବାର ଆବଶ୍ୟକତା ନାହିଁ । ଜମିର କିଛି ଅଂଶ ମଧ୍ୟ ବିକ୍ରି କରିପାରିବେ । ସେନେଇ ରେରାର ଆବଶ୍ୟକତା ନହେବା ନେଇ ଆଲୋଚନା ହେବ ।

ଦଲାଲ ମାନଙ୍କୁ ସ୍ବଷ୍ଟ ଚେତାବନୀ ଦେଇ ମନ୍ତ୍ରୀ କହିଛନ୍ତି କାମ ନଥାଇ ବାରମ୍ବାର ଅଫିସକୁ ଆସିଲେ ଦଲାଲ ବୋଲି ଧରାଯିବ । ସିସିଟିଭି ଫୁଟେଜ ଆଧାରରେ ଫଟୋ ଚିହ୍ନଟ କରି ଡିଏସଆର୍ ଅଫିସ କାନ୍ଥରେ ଲଗାଯିବ । ମନ୍ଦ ଉଦ୍ଦେଶ୍ୟ ରଖି ସେବା ଦେବାରେ ଅବହେଳାର ପ୍ରମାଣ ମିଳିଲେ ତୁରନ୍ତ ଆକ୍ସନ ହେବ ବୋଲି ମନ୍ତ୍ରୀ କହିଛନ୍ତି ।


ଦୁର୍ନୀତି କଲେ ନିଜେ ତଦନ୍ତ କରିବା ପାଇଁ ପ୍ରସ୍ତୁତ ଥିବା ସୁରେଶ ପୂଜାରୀ କହିଛନ୍ତି । ସୋମବାର ସମ୍ବଲପୁର ଡିଏସଆର ଅଫିସ ଅଚାନକ ଗସ୍ତ ସମୟରେ ଏହି କଥା କହିଛନ୍ତି ମନ୍ତ୍ରୀ । ଅଧିକାରୀମାନଙ୍କୁ ତାଗିଦ୍ କରିବା ସହ ଜନ ସାଧାରଣଙ୍କ ସମସ୍ୟା ଓ ଅଭିଯୋଗ ଶୁଣିଛନ୍ତି। ଏହା ସହ ଅଫିସକୁ ରେଜିଷ୍ଟ୍ରି ପାଇଁ ଆସୁଥିବା ଲୋକଙ୍କ ଏକ ତାଲିକା ରଖି ଫିଡବ୍ୟାକ ନେବା ପାଇଁ ଡିଏସଆରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। 

 

  • odisha
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.