କଣାସରୁ ନନ୍ଦନକାନନ ଗଲା ଆତଙ୍କ ଖେଳାଇଥିବା କୁମ୍ଭୀର,ଜୀବନକୁ ବାଜି ଲଗାଇ ଧରିଥିଲେ ମତ୍ସ୍ୟଜୀବୀ

Published By : Prameya-News7 Bureau | October 20, 2024 IST

କଣାସ ୨୦/ ୧୦: ବହୁ ଦିନ ପରେ ଆଶ୍ବସ୍ତ ହୋଇଛନ୍ତି କଣାସ ବାସୀ । ନନ୍ଦନକାନନ ଯାଇଛି ଦୟା ନଦୀରେ ଆତଙ୍କ ଖେଳାଇଥିବା କୁମ୍ଭୀର । ବନବିଭାଗ ଓ ନନ୍ଦନକାନନର ଏକ ସ୍ବତନ୍ତ୍ର ଟିମ୍‌ ସାହାଯ୍ୟରେ ସାହାଯ୍ୟରେ ରାପିଡ ରେସପନ୍ସ ଟିମ୍‌ର ଭ୍ୟାନ ଯୋଗେ କଣାସରୁ ନନ୍ଦନକାନନକୁ ପଠାଯାଇଛି । ଏବେବି ଦୟା,ରାଜୁଆ ଓ ମକରା ନଦୀରେ ଆଉ ୨ରୁ ୩ଟି କୁମ୍ଭୀର ଥିବା ଦାବି କରିଛନ୍ତି ସ୍ଥାନୀୟ ଲୋକେ । ବାରମ୍ବାର ଅଭିଯୋଗ ପରେ ବି ବନବିଭାଗର ନୀରବତାକୁ ନେଇ ଅସନ୍ତୋଷ ଝାଡିଛନ୍ତି ଲୋକେ । 


କ୍ଷତିପୂରଣ ଦାବିରେ ମତ୍ସ୍ୟଜୀବୀ କୁମ୍ଭୀର ଓ ବନବିଭାଗକୁ ଅଟକ ରଖିଥିଲେ । ସ୍ଥାନୀୟ ପୋଲିସର ବୁଝାସୁଝା ସହ ସୋମବାର ସୁଦ୍ଧା କ୍ଷତିପୂରଣ ମିଳିବାର ପ୍ରତିଶୃତି ପରେ ଶାନ୍ତ ପଡିଥିଲେ ଲୋକେ । ଏତେ ଦିନ ଧରି କୁମ୍ଭୀରକୁ ଧରିପାରୁନଥିଲା ବନବିଭାଗ । ଜଣେ ମତ୍ସ୍ୟଜୀବୀ ଜୀବନ କୁ ବାଜି ଲଗାଇ କୁମ୍ଭୀରକୁ ଧରିପାରିଲେ । ତେବେ ବନବିଭାଗ କଣ କରୁଥିଲା ବୋଲି ପ୍ରଶ୍ନ କରିଛନ୍ତି ବୁଦ୍ଧିଜୀବୀ ।

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.