ବସ୍ତାରୁ ମିଳିଲା ନରକଙ୍କାଳ, ହତ୍ୟା ସନ୍ଦେହରେ ୨ ଅଟକ

Published By : Prameya-News7 Bureau | October 17, 2024 IST

ବାସୁଦେବପୁର ୧୭।୧୦ : ନାଳରୁ ଏକ ବସ୍ତାରୁ କଙ୍କାଳ ଉଦ୍ଧାର । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବାଲିମୁଣ୍ଡା ପଞ୍ଚାୟତ ବଡ଼ହାବେଳିସାହି ପାଞ୍ଚଘେରିଆ ଲୁଣାବନ୍ଧରୁ ମଣିଷ କଙ୍କାଳ ସହ ଖପୁର ଠାବ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି । 

ଖବର ଅନୁଯାୟୀ, ବୁଧବାର ଦିନ ଉକ୍ତ ସ୍ଥାନରୁ ଏକ ଜେସିପି ନାଳ ଖୋଲୁଥିବା ବେଳେ ଏକ ବସ୍ତା ମିଳିଥିଲା ।ପରେ ଉକ୍ତ ବସ୍ତାରୁ କଙ୍କାଳ ସହିତ ମଣିଷ ମୁଣ୍ଡ ବାହାରି ଥିବାରୁ ଲୋକଙ୍କ ସନ୍ଦେହ ସୃଷ୍ଟି ହୋଇଥିଲା । ଏହାପରେ  ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ କରୁଛି । ସେପଟେ ଗତ ୨୭ ତାରିଖରେ ବଡ଼ହାବେଳିସାହି ପଞ୍ଚାଘେରିଆ ଗାଁର ମାଆ ଓ ଝିଅ ସୁଭଦ୍ରା ଯୋଜନାରେ ଫର୍ମ ପକାଇବାକୁ ଯାଇ ଆଉ ଫେରିନଥିଲେ । ବହୁ ଖୋଜାଖୋଜି ପରେ ମାଆ ଓ ଝିଅଙ୍କର କୌଣସି ପତ୍ତା ମିଳିନଥିଲା । ଶେଷରେ ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ । ଏବେ ଏହି କଙ୍କାଳ ଓ ଖପୁରି ମିଳିବା ପରେ ହତ୍ୟା ସନ୍ଦେହରେ ହାବାଲିସାହି ଗାଁର ଦୁଇ ଜଣଙ୍କୁ ଅଟକ ରଖି ଜେରା କରୁଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.