ପୁଣି ଅଶାନ୍ତ ବ୍ରହ୍ମପୁର ! ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | October 15, 2024 IST

News7

ବ୍ରହ୍ମପୁର: ପୁଣି ଅଶାନ୍ତ ବ୍ରହ୍ମପୁର। ବଡବଜାର ଥାନା ଅଞ୍ଚଳରେ ଯୁବକଙ୍କୁ ସଙ୍ଘବଦ୍ଧ ଆକ୍ରମଣ। ଯୁବକଙ୍କୁ ଖଣ୍ଡାରେ ମାରଣାନ୍ତକ ଆକ୍ରମଣ ହୋଇଛି। ଖଣ୍ଡା ଚୋଟରେ ତାଙ୍କ ଗୋଟିଏ ହାତର ପାପୁଲି ଛିଣ୍ଡି ଯାଇଛି। ବଡବଜାର ଥାନା ଅନ୍ତର୍ଗତ ରଙ୍ଗୁଣୀବନ୍ଧ ସାହି ଛକରେ ଆଜି ସନ୍ଧ୍ୟାରେ ଏହି ଘଟଣା ଘଟିଛି। ଆକ୍ରମଣର ଶିକାର ହୋଇଥିବା ଯୁବକ ଜଣଙ୍କ ହେଲେ ଅଞ୍ଚଳର ଅଜିତ ନାୟକ(୩୧)। ଗୁରୁତର ଅବସ୍ଥାରେ ତାଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି।

ପୂର୍ବ ଶତ୍ରୁତାରୁ ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଥିବା ଜଣାପଡିଛି। ବଡବଜାର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି। ଆହତ ଅଜିତ ସେହି ଅଞ୍ଚଳରେ ଏକ କବାଡି ଦୋକାନ କରିଛନ୍ତି। କୌଣସି କାରଣକୁ ନେଇ ସେହି ଅଞ୍ଚଳର କିଛି ଯୁବକ ସହ ତାଙ୍କର ପୂର୍ବରୁ ଶତ୍ରୁତା ରହିଥିଲା। କିଛି ଦିନ ତଳେ ଅଜିତ ଜେଲରୁ ମଧ୍ୟ ଫେରିଥିଲେ।

ଆଜି ସନ୍ଧ୍ୟାରେ ସେ କେଉଟ ସାହି ରାସ୍ତା ଦେଇ ରଙ୍କୁଣିବନ୍ଧ ଛକ ଆଡକୁ ଯାଉଥିବା ବେଳେ ୩ ଜଣ ଯୁବକ ହାତରେ ଖଣ୍ଡା ଧରି ହଠାତ ସେଠାରେ ପହଞ୍ଚିବା ସହ ଆକ୍ରମଣ କରିଥିଲେ। ଅଜିତଙ୍କ ଶରୀରରେ ବିଭିନ୍ନ ସ୍ଥାନରେ ଖଣ୍ଡା ଚୋଟ ବାଜିବା ପରେ ସେ ତଳେ ପଡିଯାଇଥିଲେ। ତାଙ୍କ ଗୋଟିଏ ହାତରୁ ପାପୁଲି ଛିଣ୍ଡି ଯାଇଥିଲା। ରକ୍ତାକ୍ତ ହୋଇ ତଳେ ପଡିଯିବା ପରେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଏମକେସିଜିରେ ଅଜିତଙ୍କ ଚିକିତ୍ସା ଜାରି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.