ପଣ୍ଡୁଆରେ ଗାଁରେ ସୁଧୁରୁଛି ସ୍ଥିତି, ଏବେବି ୬ ପ୍ଲାଟୁନ ଫୋର୍ସ ମୁତୟନ

Published By : Prameya-News7 Bureau | October 16, 2024 IST

ଆନନ୍ଦପୁର ୧୬।୧୦ : ଗାଁରେ ଫେରୁଛି ଶାନ୍ତି । କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ପଣ୍ଡୁଆ ଗାଁରେ ଫେରୁଛି ଶାନ୍ତି ।  ମଙ୍ଗଳବାର ହତ୍ୟା ଘଟଣାରେ ଅଶାନ୍ତ ହୋଇ ପଡିଥିବାରେ ଏବେ ସ୍ଥିତି ସୁଧାରୁଛି । ତଥାପି ଏବେବି ଗାଁରେ ପୋଲିସ ଫୋର୍ସ ମୁତୟନ ରହିଛନ୍ତି । 

ଖବର ଅନୁଯାୟୀ, ମଙ୍ଗଳବାର ପୂର୍ବଶତ୍ରୁତାକୁ ନେଇ ପଣ୍ଡୁଆ ଗାଁରେ ହତ୍ୟାକାଣ୍ଡ ଘଟିଥିଲା । ଗାଁର ଜଣେ ଯୁବକଙ୍କୁ ଅନ୍ୟ ଜଣେ ଯୁବକ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିଲେ। ଏହା ଘଟଣା ପରେ ଉତ୍ୟକ୍ତ ଲୋକ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଏହାସହ ଅଭିଯୁକ୍ତକୁ ଗିରଫ ପାଇଁ ଅଡି ବସିଥିଲେ। ଯାହାପରେ ଗାଁରେ ପରିସ୍ଥିତି ଅଶାନ୍ତ ହୋଇପଡିଥିଲା। ତେବେ ଠିକଣା ସମୟରେ ପୋଲିସର ପଦକ୍ଷେପ ଯୋଗୁ ସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେବାରେ ଲାଗିଛି । ତଥାପି ଘଟଣାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ୭ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଅନ୍ୟପେଟ ବୁଧବାର ଦିନ ଯୁବକଙ୍କ ମରଶରୀରକୁ ବ୍ୟବଚ୍ଛେଦ ପାଇଁ ଗାଁକୁ ଅଣାଯାଉଛି। 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.