କମିଛି ପାଣି, କମିନି ବନ୍ୟା ଦୁର୍ଦ୍ଦଶା: ପାଣି ଘେରରେ ଅନେକ ଗାଁ

Published By : Prameya-News7 Bureau | September 20, 2024 IST

ଜଳେଶ୍ୱର ୨୦/୦୯: ସୁବର୍ଣ୍ଣରେଖା ନଦୀର କମିଛି ବନ୍ୟା ପାଣି ସତ ମାତ୍ର ଏ ପର୍ଯ୍ୟନ୍ତ ତଳିଆ ଅଞ୍ଚଳରେ ପାଣି କମି ନାହିଁ। ଅନେକ ଗାଁ ଏବେବି ବାହ୍ୟ ଜଗତରୁ ବିଛିନ୍ନ ହୋଇ ରହିଛି  ।ଦୀର୍ଘ ୪ ଦିନ ହେବ ପାଣି ଘରରେ ରହିଛନ୍ତି। ଦିନକୁ ଦିନ ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ବଢି ଚାଲିଛି ।ରାଜଘାଟ ଠାରେ ବିପଦ ସଙ୍କେତ ୧୦.୩୬ ମିଟର ଥିଲା ବେଳେ ବେଳେ ଆଜି ସକାଳ ୬ଟା ବେଳକୁ ଜଳସ୍ତର କମି ବିପଦ ସଙ୍କେତ ତଳେ ୧୦.୦୯ ମିଟରରେ  ପ୍ରଭାବିତ ହେଉଛି । 

ଜଳେଶ୍ଵର ବ୍ଲକର ୮ଟି ପଞ୍ଚାୟତ ମାକିଡିଆ, ଖୁଦିଆ ମାଝୀସାହି, ଦକ୍ଷିଣ ପ୍ରହରାଜପୁର, ଶ୍ରୀରାମପୁର, ପଶ୍ଚିମବାଡ, ବାଇଗଣ ବାଡି, ଝାଡପିମ୍ପଳ, ଆର.ଆର.ପୁର, ବସ୍ତା ବ୍ଳକର ୪ଟି ପଞ୍ଚାୟତ କାଦରାୟାଁ, ରଘୁନାଥ ପୁର, ମଧୁପୁରା, ଚୋରମରା ,ବାଲିଆପାଳ ବ୍ଲକର ୯ଟି ପଞ୍ଚାୟତ ବାଲିଆପାଳ, ମଧୁପୁରା, ଅସ୍ତି, ଜାମକୁଣ୍ଡା, ବିଷ୍ଣୁପୁର, ନିଖିରା,କୁମ୍ଭାରୀ,ଘଣ୍ଟୁଆ,ଦେଭୋଗ ଓ ଭୋଗରାଇ ବ୍ଳକର ୯ରୁ ଅଧିକ ପଞ୍ଚାୟତ ପ୍ରଭାବିତ ହୋଇଛି । ବିଶେଷ କରି ବାଲିଆପାଳ ବ୍ଲକର ୯ଟି ପଞ୍ଚାୟତର ୪୧ଟି ଗାଁ ବନ୍ୟାରେ ପ୍ରଭାବିତ ହୋଇଛି। 

ଅନେକ ଗ୍ରାମ ଏବେବି ପାଣି ଘେରରେ ରହିଛି। ସେଗୁଡିକ ବାହ୍ୟ ଜଗତରୁ ବିଛିନ୍ନ ହୋଇ ରହିଛି । ହଜାର ହଜାର ହେକ୍ଟର ଚାଷଜମିରେ ୫ ଫୁଟ ଉଚ୍ଚର ବନ୍ୟା ପାଣି ଲହଡ଼ି ଭାଙ୍ଗୁଛି । ବ୍ଲକ ପ୍ରଶାସନ ପକ୍ଷରୁ ୮ହଜାର ଲୋକଙ୍କୁ ଉର୍ଦ୍ଧ। କରାଯାଇ  ଆଶ୍ରୟ ସ୍ଥଳୀରେ ରଖି ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବା ସହିତ ପିଇବା ପାଣିର ବ୍ୟବସ୍ଥା କରାଯାଇଛି। NDRF, ODRAF,  ଅଗ୍ନିଶମ ବାହିନୀ, ସ୍ପେଶାଲ ରିଲିଫ ଟିମ  ରହି ବୋଟ ମାଧ୍ୟମରେ ଲୋକମାନଙ୍କୁ ନେବା ଆଣିବା କରୁଛନ୍ତି।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.