ସାର ଗାଡ଼ିରେ ହେଉଥିଲା ଚାଲାଣ, ୫ ଶହ କଇଁଛ ଜବତ କରି ୪ ଜଣଙ୍କୁ ବାନ୍ଧିଲା ବନ ବିଭାଗ

Published By : Prameya-News7 Bureau | September 04, 2024 IST

ମାଲକାନଗିରି ୪।୯: ସାର ଗାଡ଼ିରେ କଇଁଛ ଚାଲାଣ ହେଉଥିବା ବେଳେ ଏହାକୁ ଜବତ କଲା ମାଲକାନଗିରି ବନ ବିଭାଗ । ଆନ୍ଧ୍ର ପ୍ରଦେଶରୁ ମୋଟୁ ସୀମାନ୍ତ ଦେଇ ଏହି ସବୁ କଇଁଛ ମାଲକାନଗିରି ଚାଲାଣ ହେଉଥିବା ବେଳେ ମୋଟୁ ବନ ଅଧିକାରୀ ୫ ଶହ କଇଁଛ ଜବତ କରିଛି । କଇଁଛ ଚୋରା ଚାଲାଣ ସମ୍ପର୍କରେ ସୂଚନା ପାଇବା ପରେ ମୋଟୁ ବନ କର୍ମଚାରୀ ମାନେ ଓଡ଼ିଶା ଆନ୍ଧ୍ର ସୀମାନ୍ତରେ ପାଟ୍ରୋଲିଂ କରୁଥିବା ବେଳେ ଦୁଇଟି ପିକଅପ ଭ୍ୟାନ ଦ୍ରୁତ ଗତିରେ ଆନ୍ଧ୍ରପ୍ରଦେଶ ଆଡୁ ଆସୁଥିବା ଦେଖି ଭ୍ୟାନ ଦୁଇଟିକୁ ଅଟକାଇ ତଲାସି କରିବାରୁ ଗାଡି ଭିତରେ ଏକ କଣ୍ଟେନରରେ ପାଖାପାଖି ୫ ଶହ ଜୀଅନ୍ତା କଇଁଛ ଦେଖିବାକୁ ମିଳିଥିଲା । ଏହି ଘଟଣାରେ ମୋଟୁ ବନ ବିଭାଗ ୪ ଜଣଙ୍କୁ ଗିରଫ କରିଛି । ଜବତ କଇଁଛ ଓ ଦୁଇଟି ପିକଅପ ଗାଡିକୁ ଏମ୍‌ଭି-୭୯ କାର୍ଯ୍ୟାଳୟରେ ରଖାଯାଇଛି । ଘଟଣାର ତଦନ୍ତ ଜାରି ରହିଛି ବୋଲି ସହକାରୀ ବନ ସଂରକ୍ଷକ (ACF) କହିଛନ୍ତି ।

You Can Read:

ନିର୍ବାଚନ ପୂର୍ବରୁ ଝୋଟ ବ୍ୟାଗ୍ ବଣ୍ଟନରେ ଖର୍ଚ୍ଚ ହୋଇଥିଲା ୨୪୭ କୋଟି ଟଙ୍କା : ଖାଦ୍ୟ ଯୋଗାଣ ମନ୍ତ୍ରୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.