ନ୍ୟୁଜ୍ ଏଜେନ୍ସୀ IANSର ଅଂଶିଦାରୀ କିଣିଲେ ଗୌତମ ଆଦାନୀ ଗ୍ରୁପ୍

Published By : Prameya-News7 Bureau | December 16, 2023 IST

ନୂଆଦିଲ୍ଲୀ୧୬।୧୨: ଭାରତୀୟ ଗଣମାଧୟମରେ ଗୌତମ ଆଦାନୀ ଗ୍ରୁପଙ୍କ ଭାଗିଦାରୀ ବଢିବା ଆରମ୍ଭ ହୋଇଛି। ଏନଡିଟିଭି ପରେ ଏହି ଗ୍ରୁପ ଏବେ ନ୍ୟୁଜ୍ ଏଜେନ୍ସୀ  ଇଣ୍ଡୋ ଏସିଆନ ନ୍ୟୁଜ୍ ସର୍ଭିସ୍ (ଆଇଏଏନଏସ୍) ଇଣ୍ଡିଆ ପ୍ରାଇଭେଟ ଲିମିଟେଡଙ୍କ ବହୁମତ ଅଂଶିଦାରୀ ହାସଲ କରିନେଇଛନ୍ତି। ରିପୋର୍ଟ ଅନୁସାରେ ସମୂହ ମିଡିଆ କ୍ଷେତ୍ରରେ ତାଙ୍କର ଉପସ୍ଥିତିକୁ ବିସ୍ତାର କରିଛନ୍ତି। ଏନଡିଟିଭି ଅଧିଗ୍ରହଣ ପରେ ଆଦାନୀ ଗ୍ରୁପଙ୍କ କମ୍ପାନୀ ଏଏମଜି ମିଡିଆ ନେଟୱାର୍କସ୍‌ ଲିମିଟେଡ୍ (ଏଏମଏନଏଲ)ର ଏହା ଦ୍ୱିତୀୟ ବଡ଼ ଡିଲ ବୋଲି କୁହାଯାଉଛି।  

ଏବେ ଏନଡିଟିଭି ଭଳି ଆଇଏଏନଏସ୍‌ ମଧ୍ୟ ଏଏମଏନଏଲର  ସହାୟକ କମ୍ପାନୀ ଭାବେ କାର୍ଯ୍ୟ କରିବ। ଏକ ନିୟାମକ ଫାଇଲିଂରେ ଆଦାନୀ ଏଣ୍ଟରପ୍ରାଇଜେସ୍ ସମୂହଙ୍କ ମିଡିଆରେ ଋଚି ରଖୁଥିବା କମ୍ପାନୀ କହିଛନ୍ତି ଯେ ଏହାର ସହାୟକ କମ୍ପାନୀ ଏଏମଜି ମିଡିଆ ନେଟୱାର୍କସ୍ ଲିମିଟେଡ ଆଇଏଏନଏସ୍  ଇଣ୍ଡିଆ ପ୍ରାଇଭେଟ ଲିମିଟେଡଙ୍କ  ଇକ୍ୱିଟି ସେୟାର ମଧ୍ୟରୁ ୫୦.୫୦ ପ୍ରତିଶତ ଅଂଶିଦାରୀ ହାସଲ କରିଛନ୍ତି। ତେବେ କମ୍ପାନୀ ଅଧିଗ୍ରହଣ ମୂଲ୍ୟ ନେଇ କିଛି କୁହାଯାଇ ନାହିଁ। 

{"id":883864,"width":841,"height":554,"sizeSlug":"full","linkDestination":"none"}

ଉଲ୍ଲେଖଯୋଗ୍ୟ ଯେ ମିଡିଆ ଇଣ୍ଡଷ୍ଟ୍ରିରେ ଆଦାନୀଙ୍କ ପ୍ରବେଶ ଏବେ ଚର୍ଚ୍ଚାରେ ରହିଛି। କମ୍ପାନୀ ଗତବର୍ଷ ମାର୍ଚ୍ଚ ମାସରେ କ୍ୱିଟିଲିୟନ ବିଜନେସ୍ ମିଡିଆ  ଅଧିଗ୍ରହଣ କରି ଗଣମାଧ୍ୟମ ଉଦ୍ୟୋଗକୁ ପ୍ରବେଶ କରିଥିଲା।  ଏହା ପରେ ଡିସେମ୍ବରରେ ଗ୍ରୁପ ବ୍ରଡକାଷ୍ଟର ଏନଡିଟିଭିର ପାଖାପାଖି ୬୫ ପ୍ରତିଶତ ଅଂଶିଦାରୀ କିଣିନେଇଥିଲେ। ଏହି ଅଧିଗ୍ରହଣର ମାଧ୍ୟମ ମଧ୍ୟ ଏଏମଏନଏଲ ଥିଲେ। ଫାଇଲିଂରେ କୁହାଯାଇଛି ଯେ ଆଇଏଏନଏନସର ଏକ ସେୟାରଧାରୀ ସନ୍ଦୀପ ବାମଜଇଙ୍କ ସହିତ ଆଇଏଏନଏସ ସମ୍ପର୍କରେ ନିଜର ପାରସ୍ପରିକ ଅଧିକାର ଗୁଡିକର ରେକର୍ଡ କରିବା ଲାଗି ଏଏମଏନଏଲ ସହ ଏକ ସେୟାରଧାରୀ ବୁଝାମଣାରେ ସ୍ୱାକ୍ଷ ହୋଇଛି।

ଆର୍ଥିକ ବର୍ଷ ୨୦୨୨-୨୩ରେ ଆଇଏଏନଏସ୍‌ର ରାଜସ୍ୱ ୧୧.୮୬ କୋଟି ଟଙ୍କା ଥିଲା। ଫାଇଲିଂରେ କୁହାଯାଇଛି ଯେ ଆଇଏଏନଏସ୍‌ର ସମସ୍ତ ପରିଚାଳନା ଏଏମଏନଏଲ  ନିକଟରେ ରହିବ ଓ ଆଇଏଏନଏସ୍ ର ସବୁ ନିର୍ଦ୍ଦେଶକଙ୍କ ନିଯୁକ୍ତି ଅଧିକାର ଏଏମଏନଏଲ  ନିକଟରେ ରହିବ। ଉପର ନିର୍ଦ୍ଧାରିତ ଅଧିଗ୍ରହଣ ଅନୁସାରେ ଆଇଏଏନଏସ୍‌ ଏବେ ଏଏମଏନଏଲର  ସହାୟକ କମ୍ପାନୀ ଭାବେ ପରିଚାଳିତ ହେବ।   

୨.୮୨ ବିଲିୟନ ଡଲାର ବୃଦ୍ଧି ସହ ୬୦୬.୮୬ ବିଲିୟନ ଡଲାରରେ ପହଞ୍ଚିଲା ବିଦେଶୀ ମୁଦ୍ରା ଭଣ୍ଡାର 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.