ମୁମ୍ୱାଇ ୨୬/୦୩: ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟସମ୍ୟାନ୍ ଗ୍ଲେନ୍ ମ୍ୟାକ୍ସୱେଲ୍ । ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୫ ସିଜିନରେ ପ୍ରବେଶ କରିବା ସହିତ ଏକ ଲଜ୍ଜାଜନକ ରେକର୍ଡ ନିଜ ନାମରେ କରିଛନ୍ତି । ଆଶ୍ଚର୍ଯ୍ୟଜନକ କଥା ହେଉଛି ମ୍ୟାକ୍ସୱେଲ ଆଇପିଏଲ ୨୦୨୫ ସିଜିନରେ ପ୍ରଥମ ବଲ୍ ଖେଳି ଏହି ରେକର୍ଡ କରିଛନ୍ତି । ଏହି ରେକର୍ଡ ଆଇପିଏଲରେ ସର୍ବାଧିକ ଥର ଶୂନରେ ଆଉଟ୍ ହେବାର । ଆଇପିଏଲରେ ମ୍ୟାକ୍ସୱେଲ ସର୍ବାଧିକ ୧୯ ଥର ଶୂନରେ ଆଉଟ ହୋଇଛନ୍ତି। ଏହି ମାମଲାରେ ସେ ପୂର୍ବତନ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ଏବଂ ଦିନେଶ କାର୍ତ୍ତିକଙ୍କୁ ପଛରେ ପକାଇ ଦେଇଛନ୍ତି।
ରୋହିତ ଏବଂ କାର୍ତ୍ତିକ ୧୮ ଥର ଶୂନ୍ୟରେ ଆଉଟ ହୋଇଛନ୍ତି। ସେମାନଙ୍କ ପରେ ପୀୟୁଷ ଚାୱଲା ଓ ସୁନୀଲ ନାରିନ ଅଛନ୍ତି । ଯେଉଁମାନେ ପ୍ରତ୍ୟେକେ ୧୬ ଥର ଡକ୍ ରେ ଆଉଟ ହୋଇଛନ୍ତି । ପ୍ରକୃତରେ, ମ୍ୟାକ୍ସୱେଲ ଏଥର ପଞ୍ଜାବ କିଙ୍ଗ୍ସ (PBKS) ଦଳ ପାଇଁ ଖେଳୁଛନ୍ତି।
ମେଗା ନିଲାମରେ ପଞ୍ଜାବ ଫ୍ରାଞ୍ଚାଇଜ୍ ୪.୨୦ କୋଟି ଟଙ୍କାରେ ବିଡ୍ କରି ମ୍ୟାକ୍ସୱେଲଙ୍କୁ କିଣିଛି ।
ପଞ୍ଜାବ ଦଳ ଏହାର ପ୍ରଥମ ମ୍ୟାଚ୍ ୨୫ ମାର୍ଚ୍ଚରେ ଗୁଜରାଟ ଟାଇଟାନ୍ସ (GT) ବିପକ୍ଷରେ ଖେଳିଥିଲା। ସେହି ମ୍ୟାଚ୍ରେ ମ୍ୟାକ୍ସୱେଲ୍ ୫ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ ଏବଂ ପ୍ରଥମ ବଲ୍ରେ ଖାତା ନ ଖୋଲି ଆଉଟ୍ ହୋଇଥିଲେ। ତାଙ୍କୁ ସାଇ କିଶୋର ଏଲବିଡବ୍ଲୁ ଆଉଟ୍ ଦେଇଥିଲେ।
IPLରେ ଶୂନ୍ୟରେ ସର୍ବାଧିକ ଶୂନ୍ୟରେ ଆଉଟ୍:
ଗ୍ଲେନ୍ ମ୍ୟାକ୍ସୱେଲ୍*-୧୯
ରୋହିତ ଶର୍ମା-୧୮
ଦିନେଶ କାର୍ତ୍ତିକ-୧୮
ପୀୟୁଷ ଚାୱଲା-୧୬
ସୁନୀଲ ନାରିନ-୧୬