ମ୍ୟାଚ୍ ଜିତାଇଲେ କିନ୍ତୁ କୋଟି କୋଟିର କ୍ଷତି ସହିଲେ, ଜାଣନ୍ତୁ ଏହା ପଛର କାରଣ

Published By : Prameya-News7 Bureau | March 28, 2025 IST

ନୂଆଦିଲ୍ଲୀ ୨୮।୦୩: ଆଇପିଏଲ ୨୦୨୫ । ୭ମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ଓ ସନରାଇଜର୍ସ ହାଇଦ୍ରାବାଦ । ଏସଆରଏଚ୍‌କୁ ପରାସ୍ତ କରିଛି LSG । ଆଉ ସିଜିନର ପ୍ରଥମ ବିଜୟ ହାସଲ କରିଛି । ମ୍ୟାଚ୍‌ରେ LSGର ବିଜୟର ନାୟକ ଥିଲେ ଶାର୍ଦ୍ଦୁଲ ଠାକୁର । ସେ ୪ ଓଭର ବୋଲିଂ କରିଥିଲେ । 

କିନ୍ତୁ ଦେଇଥିଲେ ମାତ୍ର ୩୪ ରନ୍ । ଆଉ ୪ ଜଣ ବ୍ୟାଟରଙ୍କୁ କରିଥିଲେ ଶିକାର । ଶାର୍ଦ୍ଦୁଲ ଠାକୁର ସିଜିନର ନିଜର ପ୍ରଥମ ମ୍ୟାଚ୍‌ରେ ୨ଟି ୱିକେଟ୍ ନେଇଥିଲେ । ସେ ବର୍ତ୍ତମାନ ପର୍ପଲ କ୍ୟାପ୍ ରେସ୍‌ରେ ଆଗରେ ରହିଛନ୍ତି। ତେବେ ଆଇପିଏଲ୍ ୨୦୨୫ ତାଙ୍କ ପାଇଁ ହୋଇଛି ଘାଟା । ସେ ଆଇପିଏଲ୍ ଖେଳି କ୍ଷତି ସହିଛନ୍ତି ।

 ବାସ୍ତବରେ ଚଳିତ ସିଜିନ୍‌ର ମେଗା ନିଲାମୀରେ ଅନସୋଲ୍ଡ ରହିଥିଲେ ଶାର୍ଦ୍ଦୁଲ ଠାକୁର । କିନ୍ତୁ ଲକ୍ଷ୍ନୌ ସୁପରଜାଏଣ୍ଟସ୍ ତାଙ୍କୁ ବଦଳ ଖେଳାଳି ଭାବରେ ନିଜ ଟିମ୍‌ରେ କରିଥିଲା ସାମିଲ । ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ଶାର୍ଦ୍ଦୁଳ ଠାକୁରଙ୍କୁ ୨ କୋଟି ବେସ୍ ପ୍ରାଇସ୍‌ରେ ଟିମ୍‌ରେ ସାମିଲ କରିଛି । ଯାହା ଦ୍ବାରା ଶାର୍ଦ୍ଦୁଲଙ୍କୁ ସହିବାକୁ ପଡିଛି କୋଟି କୋଟି ଟଙ୍କାର କ୍ଷତି । 

ଶାର୍ଦ୍ଦୁଲ ଗତ ସିଜିନରେ ୪ କୋଟି ଟଙ୍କାରେ ବିକ୍ରି ହୋଇଥିଲେ । କିନ୍ତୁ ଏଥର ତାଙ୍କର ଦରମା ୨ କୋଟି ଟଙ୍କାକୁ ହ୍ରାସ ପାଇଛି। ଶାର୍ଦ୍ଦୁଲ ଠାକୁର ୨୦୧୮ରୁ ଆଇପିଏଲ ଖେଳୁଛନ୍ତି । କିନ୍ତୁ ଏହା ପୂର୍ବରୁ ସେ କୌଣସି ବି ସିଜିନରେ ଏତେ କମ୍ ଟଙ୍କା ପାଇ ନଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.